ମାତ୍ର ରାସ୍ତାର ସୋଚନୀୟତା ବିସୟରେ ସ୍ଥାନୀୟ ପ୍ରଶାସନ ଜାଣି ମଧ୍ୟ କିଛି ପଦକ୍ଷେପ ନେଉନି। କିଛି ବର୍ଷ ପୁର୍ବେ ରାସ୍ତା ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇଥିଲା ମାତ୍ର ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦିକା ଯୋଗୁଁ ରାସ୍ତା କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି। ଗାଁ ଗାଁକୁ ପକ୍କା ରାସ୍ତା। ପକ୍କା ରାସ୍ତା ନାଁରେ ଅନେକ ଯୋଜନା କରି ବିଜେଡି ସରକାର ବାହାବାହି ନେଉଥିବା ବେଳେ ଏ ହେଉଛି ଉପାନ୍ତରେ ବିକାଶ ବାସ୍ତବ ଚିତ୍ର। ଏଠି ପକ୍କା ରାସ୍ତା କଣ ଭଲ ରାସ୍ତା ପାଇଁ ମଧ୍ୟ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଖାଲଖମାରେ ଭରା ନାଲି ମାଟି ରାସ୍ତା ସାଜିଛି ଆତଯାତର ମୁଖ୍ୟ ମାଧ୍ୟମ।
ଅଧିକ ପଢ଼ନ୍ତୁ ଓଡିଶା ଖବର: