ଶନିବାର ବ୍ରହ୍ମପୁରରୁ ଇସ୍ପାତ ଓ ଖଣି ବିଭାଗ ଅଧିକାରୀ କୀର୍ତ୍ତିରଞ୍ଜନ ସେଠିଙ୍କ ନେତୃତ୍ବରେ ବିଭାଗୀୟ କର୍ମଚାରୀ, ସଶସ୍ତ୍ର ପୁଲିସ ସକାଳ ୭ଟା ବେଳେ ଚଢ଼ଉ କରିଥିଲେ । ଚଢ଼ଉ କରିବାକୁ ଯାଇଥିବା ଟିମ୍ ଜେସିବି ଓ କିଛି ଟ୍ରାକ୍ଟର୍ ଜବତ କରି ଥାନାକୁ ନେବା ବେଳେ ବାଲିମାଫିଆ ଓ ଗ୍ରାମବାସୀ ବଳପୂର୍ବକ ଅଟକାଇଥିଲେ । ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ସାଙ୍ଗକୁ ତାଙ୍କ ଗାଡ଼ି ଡ୍ରାଇଭର ବିକ୍ରମ ନାହାକଙ୍କୁ କେତେକ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଖଣି ଅଧିକାରୀ ଶ୍ରୀ ସେଠି । ଲୋକଙ୍କ ବିରୋଧ ଯୋଗୁଁ ବାଧ୍ୟ ହୋଇ ପୁଲିସ ଗାଡ଼ିରୁ ଓହ୍ଲାଇଯିବା ପରେ ମାଫିଆମାନେ ଜବତ ହୋଇଥିବା ଜେସିବିକୁ ନେଇ ଯାଇଥିଲେ । ଅନ୍ୟପକ୍ଷରେ ତୋଫାନ ଦାସ ନାମକ ଜଣେ ଯୁବକ ପୁଲିସ ପ୍ରଥମେ ତାଙ୍କୁ ମାଡ଼ ମାରିବା ପରେ ଏହିପରି ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ପାଲଟା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ଆଉ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।
ଆହୁରି ପଢନ୍ତୁ ଅପରାଧ ଖବର...