ଏହି ଦୁଇ ଦଜଣଙ୍କୁ ଛାଡ଼ିଦେଲେ ତାଲିକାରେ ଥିବା ବାକି 38 ଷ୍ଟାର ପ୍ରଚାରକ ଅଲୋଡ଼ା। ଏପରିକି ଷ୍ଟାର ପ୍ରଚାରକ ତାଲିକାରେ ଥିବା ମନ୍ତ୍ରୀ ପୂର୍ବତନମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରୀଆ ଓ ସୁଶାନ୍ତ ସିଂ ପ୍ରାର୍ଥୀ ହୋଇଥିବା ଆସନରେ ଭୋଟ୍ ସରିଥିଲେ ବି ସେମାନଙ୍କୁ ଅନ୍ୟ ସ୍ଥାନରେ ବିଜେଡି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳୁନାହିଁ। ବିଜେଡି ନେତାଙ୍କର ଏପରି ଦୟନୀୟ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ। ଅନ୍ୟ ପକ୍ଷରେ କୋଣସି ପଦପଦବୀରେ ନଥାଇ ବି ପାଣ୍ଡିଆନ ବିଜେଡି ଉପରେ ସଂପୂର୍ଣ୍ଣ କର୍ତ୍ତୃତ୍ବ ଜାହିର କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ।
ଏକ ଡିଜିଟାଲ ମିଡିଆକୁ ସାକ୍ଷାତକାର ଦେଇ ସେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ସତ ହୋଇଥିଲେ ପାଣ୍ଡିଆନ୍ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି କହିଛନ୍ତି ରୁବେନ୍ ବାନାର୍ଜୀ। ସେହିପରି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଜୁ ବାବୁଙ୍କର ଶେଷ ଭିଡିଓ ଇଣ୍ଟରଭ୍ୟୁ। ଯେଉଁଥିରେ ସେ କହିଛନ୍ତି କିପରି ହେବ ତାଙ୍କ ଉତ୍ତରାଧିକାରୀ। ଏ ପ୍ରସଙ୍ଗରେ ବି ଶାସକ ଦଳକୁ ଘେରିଛନ୍ତି ରୁବେନ୍ ବାନାର୍ଜୀ। ସେପଟେ ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି ଚିଲିକା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କ ପ୍ରତି ସଭାମଞ୍ଚରେ ପାଣ୍ଡିଆନଙ୍କ ବ୍ୟବହାର ଏହାକୁ ନେଇ ବି ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର