ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ସଡକ ଯୋଜନାରେ ସାମିଲ ହୋଇ ପାରିନାହିଁ । ଗୋଟିଏ ପଟେ ସରକାର୍ ବିକାଶ କଥା କହୁଥିବା ବେଳେ ଆଜିବି ରାସ୍ତା ସମସ୍ୟାରେ ଯୁଝି ହେଉଛନ୍ତି ଗାଁ ଲୋକ । ଗ୍ରାମରେ ୯ ଶହରୁ ଉର୍ଦ୍ଧ୍ବ ଲୋକସଂଖ୍ୟା ଥିବା ବେଳେ ୭ ଶହ ପାଖାପାଖି ଭୋଟର୍ ରହିଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ଗାଁକୁ ଖଣ୍ଡିଏ ପକ୍କା ରାସ୍ତା ଦେଲେନି ରାଜ୍ୟ ସରକାର ।
ସିଙ୍ଗାରପୂର ଗ୍ରାମରେ ଅଧିକାଂଶ ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ଲୋକ ବସବାସ କରନ୍ତି । ସିଙ୍ଗାରପୁର ଠାରେ ଏସ୍ ଏସ୍ ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ସେ ବିଦ୍ୟାଳୟ ର ସମ୍ମୁଖ ରାସ୍ତାର ଅବସ୍ଥା ଶୋଚନୀୟ ଥରେ ଦେଖୁ ନାହାନ୍ତି ଏ ରାସ୍ତାର ଅବସ୍ତା । ଏ ରାସ୍ତାରେ ପ୍ରତିଦିନ ଅନେକ ଛାତ୍ରଛାତ୍ରୀ ଯିବା ଆସିବା କରଥାନ୍ତି ।
ପାଖାପାଖି ତିନୋଟି ସ୍କୁଲ ଥିବାରୁ ଛାତ୍ରଛାତ୍ରୀ ମାନେ ଖାରାପ ରସ୍ତାରେ ଯିବା ଆସିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିବାବକ । ଏ ସମ୍ପର୍କରେ ମାଟିଆଗଡ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାଡ ମେମ୍ବର, ପୂର୍ବତନ ସରପଞ୍ଚ ସମେତ ଶତାଧିକ ଗ୍ରାମବାସୀ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେହିପରି ୫ଟି ଅଧକ୍ଷ ଯଶିପୁର ଗସ୍ତରେ ଆସିଥିବା ସମୟରେ ମଧ୍ୟ ଅଭିଯୋଗ କରିଥିଲେ । ତଥାପି ଆଜି ଯାଏ ଏହି ରାସ୍ତା କାମ ହୋଇ ପାରିଲା ନାହିଁ ।