ତେବେ ଶୋଇବାରେ ବି ବହୁ ନୀତିନିୟମ ରହିଛି । ଯେମିତି କି କେତେ ଶୋଇବା ଦରକାର କେଉଁ ସମୟରେ ଶୋଇବା ଦରକାର ଏବଂ କେଉଁ ସମୟରେ କଦାପି ଶୋଇବା କଥା ନୁହେଁ । ମନେରଖନ୍ତୁ ଦିନର ଦ୍ଵିପ୍ରହରରେ କେବେ ବି ଶୋଇବେ ନାହିଁ । ଆଉ ଯଦି ବି ରାତିରେ ନିଦ ନହେଉଛି ତା'ପରଦିନ ଦିନରେ ଶୁଅନ୍ତୁ ନାହିଁ । ଯଦି ନିଦ ଠିକ୍ରେ ହେଉନି ତାହାଲେ ଆପଣ ବି ସମସ୍ୟାରେ ପଡିପାରନ୍ତି । ତେଣୁ ସାବଧାନ ରୁହନ୍ତୁ...
ଏକ ଭଲ ନିଦ୍ରା ଆପଣଙ୍କ ଖାଇବା ଉପରେ ବି ନିର୍ଭର କରେ । ରାତ୍ରୀ ଭୋଜନ ଏକ ନିର୍ଦ୍ଦିଷ୍ଟ ସମୟରେ କରନ୍ତୁ । ଅଧିକ ବିଳମ୍ବରେ କରନ୍ତୁ ନାହିଁ କି ରାତିରେ ତେଲ ମସଲା ଖାଆନ୍ତୁ ନାହିଁ। ନିୟମିତ ଭାବରେ ବ୍ୟାୟାମ କରନ୍ତୁ। ବିଳମ୍ବିତ ରାତି ପଯ୍ୟନ୍ତ ଫୋନ କି ଟିଭି ଦେଖନ୍ତୁ ନାହିଁ। ଯଦି ଏହି ସବୁ କଲା ପରେ ବି ଯଦି ଠିକରେ ନିଦ ହେଉନାହିଁ ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ନିଦ୍ରା ଜନିତ ସମସ୍ୟାକୁ ସବୁଦିନ ପାଇଁ ଦୂର କରନ୍ତୁ।