ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ ବନ୍ଦ ରହିବ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ସ୍କୁଲ ଛୁଟି ଘୋଷଣା କରାଗଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କାଲିଠୁ 3 ଦିନ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର। 18, 19 ଓ 20 ତାରିଖ ଯାଏଁ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ।
ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ ବନ୍ଦ ରହିବ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ସ୍କୁଲ ଛୁଟି ଘୋଷଣା କରାଗଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଚାଷୀଙ୍କ ଧାନମଣ୍ଡି ଟଙ୍କା ଲୁଟ୍ ଅଭିଯୋଗ । ଅଭିଯୋଗ ଆସିଛି ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ରଣାଗୁଣ୍ଡି ସମବାୟ ସମିତି ଓ ଶୁଳିଆ ସମବାୟ ସମିତି ଧାନ ମଣ୍ଡିରେ । ଧାନ ଦେଇଥିବା ଚାଷୀ ତାଙ୍କର ୯୦ ହଜାର ୬୦୦ ଶହ ୧୬ ଟଙ୍କା ୩୩ ପଇସା ହରିଲୁଟ ହୋଇଥିବା ନେଇ କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଏହି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଚାଷୀ କେତେ କଷ୍ଟ କରି ଧାନ ଚାଷ କରି ପଇସା ଆଶାରେ ଦେଇଥିଲା। ହେଲେ କିଛି ବ୍ୟକ୍ତି ଏଭଳି ଟଙ୍କା ଟୁଲି ନେଇ ହଇରାଣ କରୁଛନ୍ତି। ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟେନୁଷ୍ଠାନ ଦାବି କରିଛନ୍ତି ଚାଷୀକୁଳ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ପୁରୀ: ଅନୁଗୁଳ-ପୁରୀ ଫାଷ୍ଟ୍ ପାସେଞ୍ଜର ଟ୍ରେନରେ ନିଆଁ । ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ । ପୁରୀ ଷ୍ଟେସନରେ ପହଞ୍ଚବା ପୂର୍ବରୁ ନିଆଁକୁ ଆୟତ୍ତ କଲେ କର୍ମଚାରୀ । ତଦନ୍ତ ଆରମ୍ଭ କଲେ ବୈଷୟିକ ଟିମ୍ । ନିଆଁ, ଟେକ୍ସନ ମୋଟରରୁ ସଟସର୍କିଟ ହୋଇ ଲାଗିଥିଲା ।
ପୁରୀରେ ପହଞ୍ଚିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ମାଳତୀପାଟପୁର ଷ୍ଟେସନ ନିକଟରେ ଲାଗିଥିଲା ନିଆଁ । ଟ୍ରେନ ଚାଲୁଥିବା ସମୟରେ ଟ୍ରେନପଛ ପାଖ ଇଞ୍ଜୀନରୁ ନିଆଁ ଓ ଧୁଆଁ ବାହାରୁଥିବା କିଛି ଲୋକ ଦେଖି ଥିଲେ, ପୁରୀରେ ଟ୍ରେନ ପହଞ୍ଚିବା ପରେ ଯାତ୍ରୀ ମାନେ ଓହ୍ଲାଇ ପଡିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଯାଇଥିବା ବେଳେ, ଜୟପୁର ଲମତାପୁଟ ମୁଖ୍ୟ ରାସ୍ତାରେ ବିଭନ୍ନ ଜାଗାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ରାସ୍ତାରେ ଗଛ ଗୁଡିକୁ କାଟି ରାସ୍ତା ସଫେଇରେ ଲାଗି ପଡିଛନ୍ତି l ନନ୍ଦପୁର ବ୍ଲକର କାଲାଡ଼ି ଗାଁ ନିକଟରେ ମାଟି ଅତଡା ଧସି ଖେମୁଣ୍ଡୁଗୁଡା ଏବଂ ନନ୍ଦକାକୁ ଯାତାୟତ ଠପ୍ ହୋଇଛି l ଗତ 24 ଘଣ୍ଟାରେ କୋରାପୁଟ ଜିଲ୍ଲାରେ 949 ମିଲିମିଟର ବର୍ଷା ହୋଇଥିବା ବେଳେ, ନନ୍ଦପୁର ବ୍ଲକରେ 136 ମିଲିମିଟର ଏବଂ ଲମତାପୁଟ ବ୍ଲକ ରେ 115 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l
ଅଧିକ ପଢ଼ନ୍ତୁ ଓଡିଶା ଖବର: