ଇସ୍ତଫା ଦେଲେ ଆଉ ଜଣେ ବିଜେଡି ସାଂସଦ
ବିଜେଡିର ସ୍ଥାନୀୟ ନେତା ଦୁର୍ନୀତିରେ ଲିପ୍ତ ରହି କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି। ଟେଣ୍ଡର୍ ଫିକ୍ସିଂ, ବାଲିମାଫିଆଙ୍କ ସହ ମିଶି ବଡ ଦୁର୍ନୀତି କରାଯାଇଥିଲା । କିଛି ଆତ୍ମଘୋଷିତ ନେତା ଦୁର୍ନୀତିରେ ସାମିଲ ହୋଇଛନ୍ତି । କଳାହାଣ୍ଡିରେ ଦୁର୍ନୀତି ସଂପର୍କରେ ଜୁନ ୧୩ ରେ ମୁଖିଆଙ୍କୁ ଜଣାଇଥିଲି । ମାତ୍ର କୌଣସି ସୁଫଳ ମିଳିଲା ନାହିଁ ବୋଲି କହିଛନ୍ତି ସୁଜିତ ।
ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।