ଅର୍ଗସ ବ୍ୟୁରୋ: ଓ୍ୱାକଫ୍ ସଂଶୋଧନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ବଢିବ ଅବଧି । ଏନେଇ ଲୋକସଭାରେ ଆଜି ପ୍ରସ୍ତାବ ଆଗତ ହେବ । ବିଜେପି ଏମପି ତଥା ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଗତ ୩ମାସ ମଧ୍ୟରେ ବିଭିନ୍ନ ଓ୍ବାକଫ୍ ବୋର୍ଡର କାର୍ଯ୍ୟପନ୍ଥା ଅନୁଧ୍ୟାନ କରିବା ସହ ୨୯ଟି ବୈଠକ କରିଛନ୍ତି । ଏଥିସହ ୧୭ରୁ ଅଧିକ ଓ୍କାକଫ୍ ପ୍ରତିନିଧିଙ୍କୁ ଭେଟିଛନ୍ତି । କିନ୍ତୁ ଗତକାଲି ଏ ପ୍ରସଙ୍ଗରେ ଆଲୋଚନନା ବେଳେ ବିରୋଧୀ ଏହାକୁ ବର୍ଜନ କରିଥିଲେ । ତେଣୁ ସମସ୍ତଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ଅଧିକ ସୁଯୋଗ ଦେବାପାଇଁ ଯୁଗ୍ମ ସଂସଦୀୟ କମିଟିର ଅବଧି ବଢାଇବାକୁ ଆଜି ପ୍ରସ୍ତାବ ଆଗତ ହେବ।