ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ପଡୋଶୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇବା ଘଟଣା । ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । କାନ୍ଥ ପାଚେରୀକୁ ନେଇ ଦୁଇ ପଡୋଷୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଝାରପଡା ଦୋଳ ମଣ୍ଡପ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ପୋଲିସ ସେଠାରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ବନ୍ଧୁକ ଦେଖାଇ ଆତଙ୍କ ଖେଳାଇ ଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ରାସ୍ତା ନଥିବାରୁ ଦୀର୍ଘ ୫ କିଲୋମିଟର ବୃଦ୍ଧାଙ୍କୁ ଭାରରେ ବୋହିଲେ ପରିବାର ଲୋକେ । ଗାଁକୁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଦେଉଳିଧରପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଆମ୍ବଡିହ ଗ୍ରାମରେ। ଆମ୍ବଡିହ ଗ୍ରାମର ଜଣେ ବୃଦ୍ଧା ଙ୍କର ଦେହ ଅସୁସ୍ଥ ହୋଇପଡିଲା । ପରିବାର ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାସ ଗାଁକୁ ଆସି ପାରିଲା ନାହିଁ । କୌଣସି ଉପାୟ ନପାଇ ଶେଷରେ ଭାରରେ କାଉଡ଼ି କରି ଦୀର୍ଘ ୫ କିଲୋମିଟର ବହି ନେଇଥିଲେ।ବିଜେଡି ଦୀର୍ଘ ୨୫ ବର୍ଷ ସରକାରରେ ଥିଲେ ମଧ୍ୟ ଉପକଣ୍ଠ ରେ ଏପରି ଅବସ୍ଥା।ଏପରି ଅବସ୍ଥା ପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ଗ୍ରମବାସୀ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ମାଓବାଦୀଙ୍କ ବଡ଼ ଯୋଜନା କୁ ପଣ୍ଡ କଲେ ମିଳିତ ସୁରକ୍ଷା ବାହିନୀ । ଗୋଟିଏ ଦିନରେ ତିନୋଟି IED କୁ ଉଧାର କରି ନଷ୍ଟ କଲେ ସୁରକ୍ଷା ବାହିନୀ । ଛତିଶଗଡ ଶୁକମା ରେ ଯବାନ ଙ୍କୁ ବଡ଼ ସଫଳତା । ସୁକମା ର କିଷ୍ଟାରାମ ଥାନା ଅନ୍ତର୍ଗତ ଜଙ୍ଗଲରେ CRPF O COBRA ଯବାନ ଙ୍କ ମିଳିତ କୁମ୍ବିଂ ଅପରେସନ ସମୟରେ ଗୋଟିଏ 5 ଓ ଗୋଟିଏ 3 କେଜି ଓଜନର ଟିଫିନ୍ IED କୁ ଉଦ୍ଧାର କରି ନଷ୍ଟ କରିଛନ୍ତି ମିଳିତ ବାହିନୀ । ସେଇଭଳି ସୂକମା ର ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦାବାକୋନ୍ତା ଓ ପେଣ୍ଟାପଦ ଅଞ୍ଚଳରେ CRPF ଓ DRG ଯବାନ ଙ୍କ ମିଳିତ କୁମ୍ବିଂ ଅପରେସନ ସମୟରେ 8 ରୁ 10 କେଜି ଓଜନର ଗୋଟିଏ ଟିଫିନ୍ IED ଉଧାର କରି ନଷ୍ଟ କରିଛନ୍ତି ସୁରକ୍ଷା ବାହିନୀ । ତିନୋଟି IED ମାଓ ସଂଗଠନ ସୁରକ୍ଷା ବାହିନୀ ଙ୍କ କୁମ୍ବିଂ ଅପରେସନ ସମୟରେ ଯବାନ ଙ୍କୁ କ୍ଷତି ଘଟାଇବାକୁ ମାଟି ତଳେ ପୋତି ଥିଲେ ବୋଲି ଜଣାପଡିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଆପ୍ର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ଆଜି ଅପରାହ୍ନରେ ଉପ ରାଜ୍ୟପାଳ ସକ୍ସେନାଙ୍କୁ ଭେଟିବେ। ଏହି ସମୟରେ ସେ ସାଂପ୍ରତିକ ସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରାଇବେ ଓ ଇସ୍ତଫାପତ୍ର ପ୍ରଦାନ କରିବେ। ସେହିପରି କେଜ୍ରିୱାଲ ଖୁବଶୀଘ୍ର ନିଜର ବାସଭବନ ମଧ୍ୟ ଖାଲି କରିବେ । ସେପଟେ କିଏ ହେବ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା ପରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ମୁଖ୍ୟମନ୍ତ୍ରୀ ରେସ୍ରେ ଅଛନ୍ତି ଅତିସୀ ମାର୍ଲେନା, ଗୋପାଳ ରାୟ, ସୌରଭ ଭରଦ୍ବାଡ ଓ କୈଳାସ ଗେହେନଟ୍ ଓ ଇମ୍ରାନ ହୁସେନଙ୍କ ଭଳି ତୁଙ୍ଗ ନେତା । ଶୁକ୍ରବାର ଜେଲରୁ ମୁକୁଳିଥିବା କେଜ୍ରିୱାଲ ରବିବାର ଦଳୀୟ ମୁଖ୍ୟାଳୟରେ ଆପ୍ କର୍ମୀମାନଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ସମସ୍ତଙ୍କୁ ଚକିତ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର: