ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼,ରାୟଗଡ଼ା, ଦେଓଗଡ଼, ସମ୍ବଲପୁର,ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟଲୋ ୱାର୍ଣିଙ୍ଗ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର।ଏଥିସହ ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର,ଦେଓଗଡ଼, ମୟୁରଭଞ୍ଜ, ବାଲେଶ୍ଵର,ଭଦ୍ରକ, ଯାଜପୁର,କଟକ, ଜଗତସିଂହପୁର,ଭୁବନେଶ୍ଵର ର କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି । ଚଳିତମାସ ୧୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ମୟୁରଭଞ୍ଜରେ ସର୍ବାଧିକ ୬୪ % ନିଅଣ୍ଟିଟିଆ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୬୪.୦ ମିଲିମିଟର ବର୍ଷା ହୋଇଛି । ୧୩ଟି ଜିଲ୍ଲାରେ ଚଳିତ ମାସ ସ୍ୱାଭାବିକ ବର୍ଷା ହୋଇଥିବାବେଳେ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନିଅଣ୍ଟିଆ ବର୍ଷାର ଭରଣା କରିବା ନେଇ ଆଶା ରଖାଯାଇଥିଲେ ବି ସେତେ ଟା ପ୍ରଭାବୀ ହୋଇପାରି ନାହିଁ ।
ଆହୁରି ପଢନ୍ତୁ ଓଡିଶା ଖବର...