ଅର୍ଗସ ବ୍ୟୁରୋ:ସିଲିଭର ସିଟିର ବିଭିନ୍ନ ପୂଜାମଣ୍ଡପ ବୁଲିବା ସହ ମାଆ ସିଂହବାହିନୀଙ୍କ ଦର୍ଶନ କରି କରୁଣା ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଧାରଣ ଲୋକଙ୍କ ଗହଣରେ ଯାଇ ବୁଲିଦେଖିଛନ୍ତି ମେଢ। କଟକର ଦଶହରାର ସ୍ବତନ୍ତ୍ରତାକୁ ଉପଭୋଗ କରିଛନ୍ତି। ପାଖାପାଖି ୩୦ରୁ ଅଧିକ ମେଢ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମାଆଙ୍କ ଦର୍ଶନ କରିଥିଲେ । ଅନ୍ୟପଟେ ଆଜି ଅପରାହ୍ନରେ ତିନି ଦିନିଆ କେନ୍ଦୁଝର ଗସ୍ତରେ ଯାଇ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି।
ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆଇ ସହିତ କଥାବାର୍ତ୍ତା କରି ଚନ୍ଦ୍ର ପ୍ରକାଶ ସିଂ କହିଛନ୍ତି, ଆଶାପୁରୀ କଲୋନୀରେ ରାତି ୮ଟା ୩୦ରୁ ୯ଟା ମଧ୍ୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ସେତେବେଳେ ଘରେ ୧୮-୧୯ଜଣ ଲୋକ ଥିଲେ, ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ସେମାନଙ୍କ ଅବସ୍ଥା ଗୁରୁତର ଥିଲା। ମୁଖ୍ୟ ଚିକିତ୍ସା ଅଧିକାରୀ ୫ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି, ୩ ଜଣ ଆହତ ଏବେବି ଚିକିତ୍ସିତ ହେଉଛନ୍ତି, ସେଥିମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି କିନ୍ତୁ ତାଙ୍କ ଚିକିତ୍ସା ଚାଲିଛି।
ଶ୍ରୀ ସିଂ କହିଛନ୍ତି ଯେ ଅଗ୍ନିଶମ ବାହିନୀ ଟିମ୍, ପୋଲିସ ଟିମ, ମ୍ୟୁନିସିପାଲିଟି କର୍ପୋରେସନ ଟିମ, ମେଡିକାଲ ଟିମ, ଏନଡିଆରଏଫ ଟିମ ଘଟଣାସ୍ଥଳରେ ଅଛନ୍ତି।
ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ଫୋରଣର କାରଣ ଜଣାପଡି ନାହିଁ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼ି ପଡ଼ିଛି। ଘଟଣାଟି ଘଟିଛି ବାବୁସାପାଲିଆଠାରେ ଥିବା ଅଂଜନାଦ୍ରି ଲେଆଉଟରେ। ୧୭ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ଏବଂ ଶ୍ରମିକମାନଙ୍କୁ ଖୋଜିବା ପାଇଁ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଛି।
କୋଠା ଭୁଶୁଡ଼ିପଡ଼ିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା, ଯେଉଁଥିରେ ଉଦ୍ଧାରକାରୀ କର୍ମଚାରୀ ଓ ସ୍ଥାନୀୟ ଅଧିକାରୀମାନେ ଶ୍ରମିକଙ୍କୁ ଖୋଜିବା ଓ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି। ବେଙ୍ଗାଲୁରୁ ଡିସିପି(ପୂର୍ବ)ଙ୍କ ସୂଚନା ଅନୁଯାୟୀ, ସମୁଦାୟ ଭଗ୍ନାବଶେଷ ତଳେ ୧୭ ଜଣ ଭିତରେ ଫସି ରହିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣ ଏବେ ବି ଭିତରେ ଫସି ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଦମକଳ ବିଭାଗ ଓ ଜରୁରୀକାଳୀନ ସେବା ବିଭାଗର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ପହଞ୍ଚିଛନ୍ତି । ମେଲବର୍ଣ୍ଣରେ ବସବାସ କରୁଥିବା ଭାରତୀୟମାନଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।
ଏହି ଅବସରରେ ସେଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ ହୋଇ କଥା ହେବା ଖୁସିର ବିଷୟ । ଆମ ପ୍ରବାସୀମାନେ ହେଉଛନ୍ତି ଭାରତର ସଭ୍ୟତାର ସବୁଠାରୁ ବଡ଼ ଆମ୍ବାସେଡର ।
ଆମ ସଭ୍ୟତାର ମୂଲ୍ୟବୋଧ ଏବଂ ଜ୍ଞାନ, ବୈଶ୍ବିକ ଆହ୍ବାନର ସମାଧାନ କରିପାରିବ । ଶିକ୍ଷା ସମନ୍ବୟ ଓ ସହଯୋଗ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସମ୍ପର୍କକୁ ମଜଭୂତ କରିବ । ଜ୍ଞାନ ସହଯୋଗ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ବକୁ ଆଗକୁ ନେବାରେ ମୂଳଦୁଆ ହେବ । ଶିକ୍ଷାର ଅନ୍ତର୍ଜାତୀୟକରଣ, ବିଶ୍ୱବିଦ୍ୟାଳୟ ସହ ସଂଯୋଗ, ଗବେଷଣା, ସ୍କିଲିଂ ଏବଂ ପାରସ୍ପିରକ ଛାତ୍ର ବିନିମୟ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ ।
Arrived in Australia to a warm welcome. Grateful to the Indian community in Melbourne for the wonderful reception. It was an honour interacting with them. Glad to answer their questions on cooperation between India and Australia in education, particularly on aspects of… pic.twitter.com/mr7HxmO5uF — Dharmendra Pradhan (@dpradhanbjp) October 22, 2024