ଏମାନେ ବାହାରିବାର ମାତ୍ର କିଛି ସମୟ ପରେ ଶରତଙ୍କ ସମର୍ଥନରେ ବାହାରିଲେ କର୍ମୀ ଶରତ କହିଲେ କାଳି ମାଡ଼ ହେଉ କି ଅଣ୍ଡା ମାଡ କାହାକୁ ଭ୍ରୁକ୍ଷେପ ନାହିଁ। ସଭାପତି ସିନା କହିଲେ ଦୋଷୀଙ୍କୁ କ୍ଷମା କଲେ। କାଳି ମାଡ଼କୁ ଭ୍ରୁକ୍ଷେପ ନାହିଁ। ହେଲେ ପିସିସି ପକ୍ଷରୁ କ୍ୟାପିଟାଲ ଥାନାରେ ଦିଆଗଲା ଏତଲା। ଏଥର ନିର୍ବାଚନରେ 9ରୁ 90 ଆସନ ଜିତିବାର ନାରା ଦେଇ ମଇଦାନକୁ ଓହ୍ଲାଇଥିଲେ କଂଗ୍ରେସ ନେତା.. ହେଲେ ଫଳ ଆସିବା ପରେ କିଛି ନେତା ଦଳ ସହ ବିଶ୍ବାସଘାତ କରିଥିବାର ଅଭିଯୋଗ ଆଣିଥିଲେ ଖୋଦ ପ୍ରଭାରୀ... କଟକର ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ 6 ବର୍ଷ ପାଇଁ ବହିଷ୍କାର ପରେ ଦଳରେ ଟିକେଟ ବିକ୍ରିର ସଂଙ୍ଗୀନ ଅଭିଯୋଗ ଆଣିଥିଲେ ମାନସ.. ବଲାଙ୍ଗୀରରେ କଂଗ୍ରେସ ନେତା ଆକବର ଖାନା ବି ଟିକଟ ବିକ୍ରିର ଆଣିଥିଲେ ଅଭିଯୋଗ।
କଂଗ୍ରେସରେ କନ୍ଦଳ କିଛି ନୂଆ ନୁହେଁ..କି କଂଗ୍ରେସ ଭବନରେ ହଙ୍ଗମା ବି ନୂଆ ନୁହେଁ। ନେତାଙ୍କ ଭିତରେ ଗୋଷ୍କୀ କନ୍ଦଳ ଯୋଗୁ ରାଜ୍ୟରେ ତଳକୁ ଖସୁଛି କଂଗ୍ରେସର ଗ୍ରାଫ। ଏଥର ନିର୍ବାଚନରେ ଦେଶରେ କଂଗ୍ରେସ ବଢିଥିବା ବେଳେ ରାଜ୍ୟରେ ତିନି ନମ୍ବର ସ୍ଥାନ ସହ ଦଳର ଭୋଟ ପ୍ରତିଶତ ବି କମିଛି। 2004 ମସିହାରେ 33 ପ୍ରତିଶତ ଭୋଟ ସହ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ 2009 ସାଧାରଣ ନିର୍ବାଚନରେ 29 ପ୍ରତିଶତ 2014ରେ 26 ପ୍ରତିଶତ ଓ 2019ରେ 16 ପ୍ରତିଶତ ଭୋଟ ପାଇଥିଲା। ଏଥର ସାଧାରଣ ନିର୍ବାଚନରେ ଭୋଟ ପ୍ରତିଶତ ପୁଣି ଖସି 13. 26ରେ ପହଁଞ୍ଚିଛି। ତେବେ ଦଳରେ ବଢୁଥିବା ଗୋଷ୍ଠୀ ବିବାଦ ଆଗକୁ କେଉଁ ମୋଡ ନେଉଛି ତା ଉପରେ ନଜର
ଅଧିକ ପଢନ୍ତୁ ଓଡ଼ିଶା ଖବର