ଅର୍ଥାଭାବ ସରସପାରିବାରିକ ଅଭାବ ସତ୍ବେ ଶେଷରେ ଗ୍ରାମବାସୀଙ୍କୁ ମେଣ୍ଢା ଦାନ ଦେବାକୁ ରାଜି ହେବା ପରେ ଆଜି ୩ ଦିନରେ ଶବ ସତ୍କାର ପାଇଁ ରାଜି ହୋଇଛନ୍ତି ଗ୍ରାମବାସୀ। ଘଟଣା କୁ ୩ ଦିନ ହୋଇଯାଇଥିଲେ ମଧ୍ୟ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମେଣ୍ଢା ପାଇଁ ପଡିରହିଲା ମୃତଦେହ । ମେଣ୍ଢା ଦାନ ନ ଦେବାରୁ ୩ ଦିନ ପଡ଼ିରହିଲା ମାଆର ଶବ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଶମାଖୁଣ୍ଟା ବ୍ଲକ୍ ଜୟବିଲା ଗ୍ରାମରେ। ଡାକ୍ତର ସିଂଙ୍କ ସମବରୀ ସିଂ ଙ୍କର ହଠାତ୍ ମୃତ୍ୟୁ ଘଟିଥିଲା । ପୂର୍ବରୁ କୌଣସି ଘଟଣା ପାଇଁ ଗ୍ରାମବାସୀଙ୍କୁ ମେଣ୍ଢା ଜୋରିମାନା ଦେବା କଥା କହିଥିଲେ । କିନ୍ତୁ ପଂଚାୟତକୁ ମେଣ୍ଢା ନଦେବାରୁ ଶବ ସତ୍କାର ପାଇଁ ତାଙ୍କ ପିଣ୍ଡା ମାଡି ନଥିଲେ ଗ୍ରାମବାସୀ ।
ଅର୍ଥାଭାବ ସରସପାରିବାରିକ ଅଭାବ ସତ୍ବେ ଶେଷରେ ଗ୍ରାମବାସୀଙ୍କୁ ମେଣ୍ଢା ଦାନ ଦେବାକୁ ରାଜି ହେବା ପରେ ଆଜି ୩ ଦିନରେ ଶବ ସତ୍କାର ପାଇଁ ରାଜି ହୋଇଛନ୍ତି ଗ୍ରାମବାସୀ। ଘଟଣା କୁ ୩ ଦିନ ହୋଇଯାଇଥିଲେ ମଧ୍ୟ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ବିଗତ 12 ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର 40 ଉପରେ ରହିଥିବାବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ଏପ୍ରିଲ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଦୁଇଟି ସ୍ପେଲରେ 14 ଦିନ ହେବ ଉଷ୍ମ ଦିନ ରେକର୍ଡ ହୋଇସାରିଲାଣି । ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବାବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଉଷ୍ମ ଦିନ ସ୍ଥିତି ଲାଗି ରହିବ ।
ଖାଲି ସେତିକି ନୁହେଁ ଆଗାମୀ 48 ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି 2°C ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଯାହା ପ୍ରଭାବରେ ଆଗାମୀ 4 ରୁ 5 ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ । ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ଆବଶ୍ୟକ ନଥିଲେ ଦିନ 11 ଟା ରୁ 3 ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହାର୍ଟ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଏଲର୍ଟ ଜାରି କରିଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଇକ୍ ରାଲିରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଦ୍ୟୁମ୍ନ ତାଙ୍କ ହଜାର ହଜାର ସମର୍ଥକଙ୍କ ସହ କରସିଙ୍ଗ ଛକଠୁ ବିଶାଳ ବାଇକ ଶୋଭାଯାତ୍ରା କରିଥିଲେ । ଏହି ରାଲି ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ଭଞ୍ଜନଗର ଦେଇ କୁଲାଡ଼ଠାରେ ପହଁଚିଥିଲା । ସେଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।
ଏଥିରେ ଭାଜପାର କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ସେପଟେ କିଛି ଘଣ୍ଟା ଅନ୍ତରରେ ସମାନ ସ୍ଥାନରୁ ସମାନ ଦିଗରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ବିକ୍ରମକେଶରୀ ଆରୁଖଙ୍କ ମଧ୍ୟ ଏକ ବାଇକ ଶୋଭାଯାତ୍ରା ବାହାରିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: