କେବଳ ଏତିକି ନୁହେଁ ସାନିଟାରୀ ଇନ୍ସପେକ୍ଟରଙ୍କ ବିନା ଦସ୍ତଖତରେ ରେ ବିଲ ଗୁଡିକ ପାସ ହୋଇଛି । 2019 ମସିହାରୁ ଚାଲିଛି ଏହି ମହାଲୁଟ୍। ଅର୍ଥାତ ଶ୍ରୀନିବାସ ମଲ୍ଲିକ ଓ ଠିକା ସଂସ୍ଥା ଏଯାଏଁ କୋଟି କୋଟି ଟଙ୍କା ଲୁଟି ଥିବା ଅଭିଯୋଗ। ସଫେଇ କର୍ମଚାରୀଙ୍କ ବୟାନ ଓ ପୌର ପରିଷଦର ଏହି ବିଲ୍ ଦେଖିଲେ ଯେ କେହି କହିବ ଟଙ୍କା କେମିତି ହୋଇଛି ଲୁଟ । ହେଲେ ବଡ଼ ପ୍ରଶ୍ନ କେମିତି କିଛି ଜାଣିପାରୁନାହାଁନ୍ତି ଏକଜିକ୍ୟୁଟିଭ୍ ଇଞ୍ଜିନିୟର । କେମିତି କିଛି ଜାଣିପାରୁନି ଆକାଉଣ୍ଟ ସେକ୍ସନ । କେମିତି କିଛି ଜାଣିପାରୁନାହାଁନ୍ତି ପୌରପରିଷଦ ଅଧ୍ୟକ୍ଷା। ସବୁଠାରୁ ବଡ଼କଥା ପ୍ରତି ବର୍ଷ ଅଡ଼ିଟ ହୁଏ, ବିଲ୍ ଯାଞ୍ଚ ହୁଏ । ତଥାପି କେହି ଧରା ପଡ଼ନ୍ତି ନାହିଁ । କାରଣ ସାଧାରଣ ସଫେଇ କର୍ମଚାରୀଙ୍କୁ ଏମାନେ ଭୟଭୀତ କରି ରଖିଥିବା ଅଭିଯୋଗ ହୋଇଛି । ମୁହଁ ଖୋଲିଲେ କାମ ହରାଇବେ ବୋଲି ଧମକ ବି ଦିଅନ୍ତି। କିଛି ଦିନ ପୂର୍ବରୁ ୟୁଜର୍ସ ଫି ଘୋଟାଲାରେ 2 ଜଣ ଅଧିକାରୀ ବହିଷ୍କୃତ ହୋଇଥିବା ବେଳେ ଜଣେ ନିଲମ୍ବନ ହୋଇଛନ୍ତି । ଏବେ ପୁଣି ସାମ୍ନାକୁ ଆସିଛି ମହାଲୁଟର କାହାଣୀ ।
ଅଧିକ ପଢନ୍ତୁ ଓଡିଶା ଖବର