ଅନ୍ୟପଟେ ଦୁଇ ଆଇପିଏସ ଅଧିକାରୀ ଆଶିଷ ସିଂ ଓ ଦୀପକ କୁମାର DOPT ନିକଟରେ ନିଜର ଜମି ବାବଦରେ ଭୁଲ ତଥ୍ୟ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଖୋଲାଦ୍ବାର ମୌଜାର ଖତିୟାନ ନମ୍ବର ୨୫୭ ଓ ପ୍ଲଟ ନମ୍ବର ୩୬୮ ଅନ୍ୟ ନାମରେ ଥିବାବେଳେ DoPT ନିକଟରେ ଭୁଲ ତଥ୍ୟ ଦାଖଲ କରିଛନ୍ତି। ଅନ୍ୟପଟେ ଡି.ଏସ୍ କୁଟ୍ଟେ ଓ ଆର ଭିନିଲ କ୍ରିଷ୍ଣା ନିଜ ନାମରେ ଥିବା ଜମିକୁ ମହାରାଷ୍ଟ୍ର ଥାନେର ପ୍ରକାଶ କୁମାର ଗୁହାକୁ ବିକ୍ରି କରିଥିଲେ ବି ସରକାରଙ୍କୁ ସେ ନେଇ ତଥ୍ୟ ଲୁଚାଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି କେଉଁ ଉଦ୍ଦେଶ୍ୟରେ ଏହି ଜମି ବାବଦରେ ତଥ୍ୟ ଲୁଚାଥିଲେ ବିଜେଡି ସରକାରଙ୍କର ଖାସ୍ ବନିଥିବା ଏହି ଆଇଏଏସ ଓ ଆଇପିଏସ୍ ବାବୁମାନେ। ଏବେ ସତ ସାମ୍ନାକୁ ଆସିବା ପରେ ହେବ କି କାର୍ଯ୍ୟାନୁଷ୍ଠାନ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର