ଅଧିକ ପଢନ୍ତୁ : ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ କରିବ ବାଟାଲିୟନ
ବଡଦାଣ୍ଡରେ ଲାଇଟ୍ ଲଗାଇ ଗାଡି ଚଳାଚଳ କରୁଥିଲା। ଏମିତିକି ଦିନ ୮ଟା ପରେ ବି ଘନକୁହୁଡି ଯୋଗୁଁ ସୂର୍ଯ୍ୟ ଫିକା ଦିଶୁଥିଲେ।ତେବେ ଘନକୁହୁଡି ଯୋଗୁଁ ବଡଦାଣ୍ଡରେ ମଧ୍ୟ ଗାଡି ଚଳାଚଳରେ ସମସ୍ଯା ଉପୁଜିଥିଲା।
ପୁରୀ : ଆଜି ବି ଶ୍ରୀକ୍ଷେତ୍ରରେ ଘନ କୁହୁଡି ଆସ୍ତରଣ। ଘନ କୁହୁଡି ଯୋଗୁଁ ଦୀର୍ଘ ସମୟ ଧରି ନିଳଚକ୍ର ଦର୍ଶନରୁ ବଞ୍ଚିତ ଭକ୍ତ ଓ ଦର୍ଶନାର୍ଥି। ରାଧାବଲ୍ଲଭ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ସମସ୍ଯା ଉପୁଜିଛି। ସେପଟେ ଶ୍ରୀମନ୍ଦିର ଦୃଶ୍ୟମାନ ହେଉଥିବା ପ୍ରାୟ ଦଶ କିଲୋମିଟର ଦୂରରେ ରହୁଥିବା ଗ୍ରାମବାସୀ ମାନେ ଦୀର୍ଘ ସମୟ ନିଳଚକ୍ର ଦର୍ଶନ କରି ପାରିନଥିଲେ।
ଅଧିକ ପଢନ୍ତୁ : ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ କରିବ ବାଟାଲିୟନ
ବଡଦାଣ୍ଡରେ ଲାଇଟ୍ ଲଗାଇ ଗାଡି ଚଳାଚଳ କରୁଥିଲା। ଏମିତିକି ଦିନ ୮ଟା ପରେ ବି ଘନକୁହୁଡି ଯୋଗୁଁ ସୂର୍ଯ୍ୟ ଫିକା ଦିଶୁଥିଲେ।ତେବେ ଘନକୁହୁଡି ଯୋଗୁଁ ବଡଦାଣ୍ଡରେ ମଧ୍ୟ ଗାଡି ଚଳାଚଳରେ ସମସ୍ଯା ଉପୁଜିଥିଲା।
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ବିଜୁଳି ଘଡଘଡି ସହ ଅଧିକାଂଶ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡଘଡି ସହିତ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ପୂର୍ବାହ୍ନ ସୁଦ୍ଧା ଉପକୂଳ ଓଡ଼ିଶା ସମେଚ ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ ଆଗାମୀ ୨୬ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଏଣିକି ବିମାନରେ ବି ଅଫିସିଆଲ ଟୁର୍ କରିପାରିବେ ସରକାରୀ କର୍ମଚାରୀ। ରାଜ୍ୟ ଭିତରେ ଅଫିସିଆଲ୍ ଟୁର୍ କରିପାରିବେ ସରକାରୀ କର୍ମଚାରୀମାନେ । ଏନେଅ ଅର୍ଥ ବିଭାଗ ପକ୍ଷରୁ ମେମୋରେଣ୍ଡମ ଜାରି କରାଯାଇଛି । କେବଳ ଗ୍ରୁପ- A କାଟାଗୋରୀର ଲେବୁଲ ୧୨ ଓ ତଦୁର୍ଦ୍ଧ କର୍ମଚାରୀଙ୍କୁ ଅନୁମତି ମିଳିଥିବା ଏହି ମେମୋରେଣ୍ଡମରେ ଦର୍ଶାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ମାଟ୍ରିକ ଷାଣ୍ମାସିକ ପରୀକ୍ଷା ପାଇଁ ସ୍କୁଲ ଗୁଡିକ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ଗତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ଷାଣ୍ମାସିକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତି କରି ଯୋଗାଇ ଦିଆଯାଇଥିଲା । କିନ୍ତୁ ଚଳିତବର୍ଷ ବୋର୍ଡ ପକ୍ଷରୁ ଷାଣ୍ମାସିକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଦିଆଯିବ ନାହିଁ । ସ୍କୁଲ ଗୁଡିକ ସେମାନଙ୍କର ନିଜସ୍ବ ପ୍ରଶ୍ନପତ୍ର ପ୍ରସ୍ତୁତ କରି ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: