ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ବି ସମାନ ସ୍ଥିତି। ଏଠାରେ ୩୨ ହଜାର ୧୭୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅନୁପସ୍ଥିତ ଅଛନ୍ତି ୧ହଜାର ୪୮ ଜଣ। ସେହିପରି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ୧୭୭୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି |୧୮ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। ଦଶମ ଶ୍ରେଣୀରେ ପାଠ ଛାଡ଼ିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ। ବିଶ୍ବସ୍ତରୀୟ ବ୍ୟବସ୍ଥାର ଏ ହେଉଛି ବିକଳ ଚିତ୍ର । ନଜର ପକାନ୍ତୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ରଖାଯାଇଥିବା ଏହି ରିପୋର୍ଟ ଉପରେ । ୨୦୧୮-୧୯ରେ ୧୨.୮ ପ୍ରତିଶତ ପିଲା ପାଠ ଛାଡ଼ିଥିଲେ, ସେହିପରି ୨୦୧୯-୨୦ରେ ୩୮.୩୫ ପ୍ରତିଶତ, ୨୦୨୦-୨୧ରେ ୩୯.୪ ପ୍ରତିଶତ ଏବଂ ୨୦୨୧-୨୨ରେ ୪୯.୯ ପ୍ରତିଶତ ପିଲା ଦଶମ ଶ୍ରେଣୀରେ ପାଠ ପଢ଼ା ଛାଡ଼ିଛନ୍ତି । ଅର୍ଥାତ୍ ନବମରେ ଯେତିକି ପିଲା ପଢ଼ୁଛନ୍ତି ଦଶମକୁ ଗଲା ବେଳକୁ ପାଖପାଖି ଅଧା ପିଲା ପାଠ ଛାଡ଼ୁଛନ୍ତି । ଏହା ହିଁ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରାଜ୍ୟପାଳ। ସାରା ରାଜ୍ୟରେ ଡ୍ରପ ଆଉଟ୍ କୁ ନେଇ ଉଦବେଗଜନକ ସ୍ଥିତି କିନ୍ତୁ ରାଜ୍ୟ ସରକାର ରୂପାନ୍ତରଣରେ ମାତିଛନ୍ତି। ଶିକ୍ଷା ବିକାଶର ସ୍ବପ୍ନ ଦେଖଉଥିବା ବିଜେଡି ସରକାର ଭାବୁଛନ୍ତି କି ସ୍କୁଲ କୋଠାରେ ରଙ୍ଗ ବୋଳିଦେଲେ ବଦଳିଯିବ ରାଜ୍ୟରେ ଶିକ୍ଷାର ସ୍ଥିତି ?
ଅଧିକ ପଢନ୍ତୁ ଓଡ଼ିଶା ଖବର