ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ସତ୍ୟବାଦୀରେ ବୁଲୁଛି ବାଘ ! ଇନ୍ଦିପୁର ନିକଟ ଭଣ୍ଡାରିଦଣ୍ଡା ଧାନ ବିଲରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି। ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ କୁମାରପଡା, ମଧୁବନ, ଭଣ୍ଡାରୀଦଣ୍ଡା ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେପଟେ ଗାଁକୁ ବନବିଭାଗ ଏକ ଟିମ୍ ଯାଇଛି । ଭୟଭୀତ ନହେବାକୁ ପରାମର୍ଶ ଦେଲେ ପୁରୀ ଡିଏଫଓ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଉପକୂଳରେ ହେବ ଅବପାତ। ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଅବପାତ। ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ ଦେଇ ଛତିଶଗଡ଼ ମୁହାଁ ହେବ।
ପ୍ରଭାବରେ ୧୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧୁମ ବର୍ଷା ହେବ। ଆଜି ସମସ୍ତ ଉପକୂଳ ଜିଲ୍ଲାମାନଙ୍କରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା। ବିଶେଷକରି ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହେବ। ସେପଟେ ଦକ୍ଷିଣ ଚୀନ ସାଗରରେ ଅଶାନ୍ତ ହେଉଛି ସୁପର ଟାଇଫୁନ୍ ୟାଗି। ଲଘୁଚାପ ଏବଂ ସୁପର ଟାଇଫୁନ୍ ମଧ୍ୟରେ ଦୂରତା ରହିଛି ୨ ହଜାର କିମି। ନିକଟରେ ନଥିଲେ ବି ଉଭୟଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବେ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଏହି ଯୋଜନାର ଦୁଇ ହଜାର ଟଙ୍କା ଦୁଇଟି କିସ୍ତିରେ ଦିଆଯିବ। ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଏହି କିଷାନ ସହାୟତା ଦିଆଯିବ।
ଡିବିଟି ମାଧ୍ୟମରେ ଚାଷୀଙ୍କୁ ମିଳିବ ସହାୟତା । ୯୨୫ କୋଟିରୁ ଅଧିକ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ । ସମ୍ବଲପୁରରେ ସିଏମ୍ କିଷାନ ସହାୟତା ଶୁଭାରମ୍ଭ କରିବେ ମୋହନ ମାଝୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରରେ ଉତ୍ସାହ ଉଦ୍ଦୀପନା । ବର୍ଷକେ ଥରେ ଭାଇ ବନ୍ଧୁ, ପରିଜନ ସମ୍ପର୍କୀୟ ସମସ୍ତଙ୍କ ମିଳନର ନିଆରା ପରମ୍ପରା। ଏଥିପାଇଁ ତ ଯିଏ ଯେତେ ଦୂରରେ ଥିଲେ ବି ଘର ମୁହାଁ ହୁଅନ୍ତି । ତେବେ ସମ୍ବଲପୁରରେ ସକାଳ 9ଟା 12ରୁ 9ଟା 27 ଓ ବଲାଙ୍ଗିର ଜିଲ୍ଲାରେ 9ଟା 35ରୁ 10ଟା 7 ମଧ୍ୟରେ ନବାନ୍ନ ଲାଗି ହୋଇଛି ଲଗ୍ନ ନିର୍ଦ୍ଧାରଣ।
ନିର୍ଦ୍ଧାରିତ ଲଗ୍ନ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ପୀଠରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି କରାଯିବ । ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଓ ପାଟଣେଶ୍ବରୀ, ସୋନପୁରର ସୁରେଶ୍ବରୀଙ୍କ ପୀଠରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ପରେ ନୂଆ ଖାଇବେ ଜିଲ୍ଲାବାସୀ। ନୂଆଁଖାଇ ପାଇଁ ଘରେ ଘରେ ଚାଲିଛି ପିଠା ପଣା ପ୍ରସ୍ତୁତି । ଗାଁ ଗାଁରେ ଝାଙ୍କର ଗ୍ରାମ ଦେବଦେବୀଙ୍କ ପୂଜା ସାରି କରି ଘର ଘର ବୁଲି ନୂଆଁ ସରିଆଁ ଧାନ ଦେଇଥାଏ । ଘରର ସବୁ ସଦସ୍ୟ ଏକାଠି ବସି ନୂଆଁ ଖାଇବା ସହ ବଡ଼ମାନଙ୍କୁ ଜୁହାର ଭେଟ ହେବାର ପରମ୍ପରା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର