ଐତିହ୍ୟକୁ ଧ୍ୱଂସ ହେବାରୁ ବଞ୍ଚାଇବା ପାଇଁ ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ କେଦାର ଗୌରୀ ପର୍ଯ୍ୟନ୍ତ କରାଯାଇଛି। ଏହି ପଦଯାତ୍ରାରେ ଯୋଗ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଭୁବନେଶ୍ୱର: ଆଜି "ସମର୍ଥ ପରିବାର" ପକ୍ଷରୁ ଐତିହ୍ୟ ପଦଯାତ୍ରା କରଯାଇଛି । ଏହି ପଦଯାତ୍ରାର ମୁଖ୍ୟ ଉଦେଶ୍ୟ ରହିଛି ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଏବଂ ବିକାଶ କରିବା। ସରକାର ସୌନ୍ଦର୍ଯ୍ୟକରଣ କରିବା ଆଳରେ ଭୁବନେଶ୍ୱରରେ ଥିବା ଐତିହ୍ୟକୁ ଧ୍ୱଂସ କରୁଛନ୍ତି ।
ଐତିହ୍ୟକୁ ଧ୍ୱଂସ ହେବାରୁ ବଞ୍ଚାଇବା ପାଇଁ ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ କେଦାର ଗୌରୀ ପର୍ଯ୍ୟନ୍ତ କରାଯାଇଛି। ଏହି ପଦଯାତ୍ରାରେ ଯୋଗ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।