ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜମ-ଗଜପତି ସୀମାନ୍ତ ରେ ଥିବା ଦିଗପହଣ୍ଡି ବ୍ଲକ ଡିକିଳି ଗାଁ।ପାହାଡ଼ି,ଜଙ୍ଗଲ ମଧ୍ୟରେ ଗାଁକୁ ଖଣ୍ଡିଏ ରାସ୍ତା ଅଛି।ବାସ୍ ରାସ୍ତା ପରେ ବାକି ବିକାଶ ଏଠି ସରକାରଙ୍କ ଖାତା ଖତିୟାନ ରେ।ଗାଁ ରେ ସୋଲାର ଲାଗିଛି କିନ୍ତୁ ସୋଲାର ଅଚଳ।ସ୍ଥାୟୀ ବିଦ୍ୟୁତ ସଂଯୋଗ ହୋଇନି।ପିଇବା ପାଣି କହିଲେ ଗୋଟିଏ ନଳକୂପ।ସେହି ନଳକୂପରେ ଖରାପ ପାଣି ଆସୁଛି ତ ଆଉ କେତେବେଳେ ପାଣିର ଅଭାବ ରହୁଛି।ବାଧ୍ୟ ହୋଇ ନଦୀ ନାଳ କୁ ନିର୍ଭର କରୁଛନ୍ତି ଲୋକେ।ଏମିତିକି ସ୍ୱାସ୍ଥ୍ୟ ଶଙ୍କଟ ଦେଖାଗଲା 15କିଲୋମିଟର ଆଣିଲେ ଦିଗପହଣ୍ଡିରେ ଡାକ୍ତର ଦେଖିବେ ରୋଗୀ।
ବଡ଼କଥା ଆଜି ପର୍ଯ୍ୟନ୍ତ କୌଣସି ମଧ୍ୟ ସରକାରୀ ଅଧିକାରୀ କିମ୍ବା MLA ଏବଂ ମନ୍ତ୍ରୀଙ୍କ ଗାଁ କୁ ପାଦ ମଧ୍ୟ ପଡିନି।30ରୁ 35 ପରିବାର ରହୁଥିବା ପୁରା ଗାଁ କେବଳ ମକା ଚାଷ ଉପରେ ନିର୍ଭର କରୁଥିଲେ ସୁଧା ଚଳିତ ବର୍ଷ ବର୍ଷା ଅଭାବରୁ ମକାଚାଷ ପୋଡି ନଷ୍ଟ ହୋଇଯାଇଛି।ଯାହା ବି ଉତ୍ପାଦନ ହେଉଛି ତାହା ଆୟ,ବ୍ୟୟ ତୁଳନାରେ ଆକାଶ-ପାତାଳ ଫରକ।ଚାଳ,ଛପର କୁଡ଼ିଆ ଭିତରେ ଦୁର୍ବିସହ ଜୀବନ କାଟୁଛନ୍ତି ଏହି ନିରୀହ ଆଦିବାସୀ।ଏମିତିକି ଏଭଳି ଆଦିବାସୀ ଗାଁର ଚିତ୍ର ଗ୍ରାଉଣ୍ଡ ଜ଼ୀରୋ କୁ ଯାଇ ସ୍ଥିତି ପରଖିଛି ବିଜେପି।ଗାଁ ଲୋକଙ୍କ ସହ ଆଲୋଚନା ପରେ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ ଘେରିଛନ୍ତି ରାଜ୍ୟ ସରକାରଙ୍କୁ।
ଆମ ଗାଁ ଆମ ବିକାଶ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ଯୋଜନା ସହ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ କରିଛି ବିଜେପି।ଯଦି ଆଗାମୀ ଦିନରେ ଗାଁ କୁ ପ୍ରଶାସନ ନ ଆସେ।କିମ୍ବା ସମସ୍ୟା ପାଇଁ କୌଣସି ପଦକ୍ଷେପ ନ ନିଆଯାଏ।ତେବେ ଆଦିବାସୀ ଗାଁ ଉଠିଛି ଯିବ ଅଧିକାରୀଙ୍କ କାର୍ଯ୍ୟାଳୟ ପାଖକୁ ବୋଲି ଚେତାବନୀ ଦେଇଛି ବିଜେପି।
ଅଧିକ ପଢ଼ନ୍ତୁ ଓଡିଶା ଖବର: