ଶ୍ରୀ ପ୍ରଧାନ କହିଛନ୍ତି ଫୁଟବଲ୍ ମୋର ପ୍ରିୟ ଖେଳ । ସବୁ ଖେଳ ମଧ୍ୟରୁ ଏହା ସ୍ୱତନ୍ତ୍ର । ଏହି ଖେଳକୁ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ କରାଉଥିବାରୁ ଆୟୋଜକ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ । ‘ଜୟଦୁର୍ଗା ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ’ରେ ଅନୁଗୋଳ ଓ ଢେଙ୍କାନାଳ ସମେତ ଭାଗ ନେଇଥିବା ସମସ୍ତ ଦଳର ଖେଳାଳି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଟୁର୍ଣ୍ଣାମେଣ୍ଟ ବହୁ ସ୍ଥାନୀୟ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ଆଣିଦେବ । ଗ୍ରାମାଞ୍ଚଳରେ ଉତ୍ତମ ଭିତ୍ତିଭୂମି ସହ ଖେଳକୁ ପ୍ରୋତ୍ସାହନ ଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ ମତ ରଖିଥିଲେ ।
ବିଜେପିର ବିଜୟ ପରେ ମୋଦୀଙ୍କର ଜନତାଙ୍କୁ ବାର୍ତ୍ତା
ଏହି ଅବସରରେ ଶ୍ରୀ ପ୍ରଧାନ ତାଙ୍କ ପିଲାଦିନର ପ୍ରତ୍ୟକ୍ଷ ଶିକ୍ଷକ ମହାରଣା ସାର୍, ବିଜୟ ସାର୍ ଓ ନୃସିଂହ ସାରଙ୍କୁ ଭେଟି ଖୁସି ପ୍ରକାଶ କରିଥିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର