ଏହି ଡିବିରୀ ଆଲୁଅରେ ଘରର ରୋଷେଇ ସହ ଅନ୍ୟ କାମ ସ ବୁ ହୋଇଥାଏ।ଗାଁର ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସରକାରଙ୍କୁ ପୂର୍ବରୁ ବହୁବାର ଅବଗତ କରାଇଥିବା ସତ୍ତ୍ବେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ I ୨୫ ବର୍ଷର ବିଜେଡି ସରକାରରେ ଗାଁରେ ବିକାଶ ଏବେବି ସାତ ସପନ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସ୍ୱାଧୀନତାକୁ ଅନେକ ବର୍ଷ ବିତିଛି ସତ, ମାତ୍ର ଏବେବି ଅଭିଶପ୍ତ ଜିବନ ବଞ୍ଚୁଛନ୍ତି ପଦ୍ମପୁରବାସୀ। ଗଞ୍ଜାମ ଦିଗପହଣ୍ଡିରୁ ୪୦-୫୦ କିଲୋମିଟର ଦୂର ଅଣଓସାରିଆ ଜଙ୍ଗଲୀ ଘାଟିରାସ୍ତା ଅତିକ୍ରମ କରିବା ପରେ ପଡେ ଅନ୍ଧାରି ଗାଁ ପଦ୍ମପୁର I ଜଙ୍ଗଲ ମଧ୍ୟରେ ଅଭିଶପ୍ତ ଗାଁ ଯେଉଁଠି ଏବେବି ସଧ୍ୟା ନଇଁଲେ ଅନ୍ଧାର ମଧ୍ୟକୁ ଚାଲିଯାଏ ପୁରା ଗାଁ। ଡିବିରୀ ଆଲୁଅ ଏଠି ଅନ୍ଧାର ଦୁର କରିବାର ସାହା ଭରସା।୨୫ ବର୍ଷର ବିଜେଡି ଶାସନରେ ବି ବଦଳିନି ଗାଁର ଚିତ୍ର। ରାସ୍ତା ପାଣି ସମସ୍ୟା ଗାଁର ମୁଖ୍ୟ ସମସ୍ୟା ତେବେ ଶିକ୍ଷା ମଧ୍ୟ ଗାଁର ଏକ ପ୍ରମୁଖ ସମସ୍ୟା। ଗାଁରେ ବିଦ୍ୟାଳୟ ନଥିବାରୁ ଛୋଟ ପିଲାମାନେ ଜଙ୍ଗଲୀ ରାସ୍ତା ଦେଇ ପାଖାପାଖି ୩-୪ କିଲୋମିଟର ଚାଲି ଚାଲି ଯାନ୍ତି I ଅନ୍ୟପଟେ ସଧ୍ୟା ନାଇଁଲେ ଡିବିରୀ ଲଗାଇ ପିଲା ମାନେ ପାଠପଢନ୍ତି I
ଏହି ଡିବିରୀ ଆଲୁଅରେ ଘରର ରୋଷେଇ ସହ ଅନ୍ୟ କାମ ସ ବୁ ହୋଇଥାଏ।ଗାଁର ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସରକାରଙ୍କୁ ପୂର୍ବରୁ ବହୁବାର ଅବଗତ କରାଇଥିବା ସତ୍ତ୍ବେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ I ୨୫ ବର୍ଷର ବିଜେଡି ସରକାରରେ ଗାଁରେ ବିକାଶ ଏବେବି ସାତ ସପନ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ମୟୂରଭଞ୍ଜ: ସ୍ବାଧୀନତାର ସାତ ଦଶନ୍ଧି ଓ ସ୍ଥାୟୀ ବିଜେଡି ସରକାରଙ୍କ ଚବିଶ ବର୍ଷ ଶାସନ ପରେ ମଧ୍ୟ ସୀମାନ୍ତ ବାସୀଙ୍କୁ ବିକାଶ ଧକା। ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ବିଦ୍ୟୁତ୍ ସୁବିଧା ।ବ୍ଲକ ପ୍ରଶାସନ ରୁ ଜିଲ୍ଲାପାଳ ଓ ଭୈରବ ପାଣ୍ଡିଆନ୍ ଙ୍କୁ ସାଧାରଣ ସଭାରେ ବାରମ୍ୱାର ଅଭିଯୋଗ ପରେ ମଧ୍ୟ ଆଦିବାସୀଙ୍କୁ ଅଣଦେଖା। ଆଜିଭି ଡିବିରି ବୋତିରେ ଚାଲିଛି ଆଦିବାସୀଙ୍କ ଭବିଷ୍ୟତ ଗୋଢ଼ା।କେତେ ସହିବେ ଆଦିବାସି ସ୍ଥାନୀୟ ପ୍ରଶାସନର ପ୍ରତାରଣା?କେବେ ମିଳିବ ସୀମାନ୍ତ ବାସୀଙ୍କୁ ବିଦ୍ୟୁତ୍? ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯାଏ ପୁରା ଗାଁ। ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ପୁରା ଗାଁ ହୋଇଯାଏ ଅନ୍ଧକାରମୟ। ରାତିର ଅନ୍ଧାରରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୁଅନ୍ଥି ଅଞ୍ଚଳବାସୀ। ସଂଧ୍ୟା ହେବାକ୍ଷଣି ଲୋକେ ତାଟିକବାଟ ଆଉଜି ବସନ୍ତି। ଦିନ ଥାଉଥାଉ ସଵୁ କାମ ସାରିଦିଅନ୍ତି ନହଲେ ଡିବିରି ଆଲୁଅରେ କଟେ ରାତି।
ପାହାଡ ଜଙ୍ଗଲ ଘେରା ଏହି ଗାଁରେ ରୁହନ୍ତି ପ୍ରାୟ ୨୫୦ ଆଦିାବସୀ ପରିବାର। ମାତ୍ର ଏ ଯାଏଁ ଗାଁକୁ ହୋଇ ପାରିନି ବିଦ୍ୟୁତ ସଂଯୋଗ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଦିର୍ଘ ଦିନର ଦାବି ପରେ ଦିର୍ଘ ବର୍ଷ ପୂର୍ବେ ଗାଁର କିଛି ଲୋକଙ୍କୁ ସୋଲାର ଲାଇଟ୍ ଦିଆ ଯାଇଥିଲା । ତେବେ ତାହା ନିମ୍ନମାନର ହୋଇଥିବାରୁ ଅଧିକାଂଶ ଖରାପ ହୋଇଯାଇଥିବା ଅଭିଯୋଗ ହୋଇଛି। ୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବଧାରୁ ବଞ୍ଚିତ ଏହି ଗାଁ। ରାସ୍ତା ପାଣି ସମସ୍ୟା ଗାଁର ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବିଦ୍ୟୁତ ସମସ୍ୟା ଏହି ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯାଏ ପୁରା ଗାଁ। ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ପୁରା ଗାଁ ହୋଇଯାଏ ଅନ୍ଧକାରମୟ। ରାତିର ଅନ୍ଧାରରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୁଅନ୍ଥି ଅଞ୍ଚଳବାସୀ। ସଂଧ୍ୟା ହେବାକ୍ଷଣି ଲୋକେ ତାଟିକବାଟ ଆଉଜି ବସନ୍ତି। ଦିନ ଥାଉଥାଉ ସଵୁ କାମ ସାରିଦିଅନ୍ତି ନହଲେ ଡିବିରି ଆଲୁଅରେ କଟେ ରାତି।
ପାହାଡ ଜଙ୍ଗଲ ଘେରା ଏହି ଗାଁରେ ରୁହନ୍ତି ପ୍ରାୟ ୨୫୦ ଆଦିାବସୀ ପରିବାର। ମାତ୍ର ଏ ଯାଏଁ ଗାଁକୁ ହୋଇ ପାରିନି ବିଦ୍ୟୁତ ସଂଯୋଗ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଦିର୍ଘ ଦିନର ଦାବି ପରେ ଦିର୍ଘ ବର୍ଷ ପୂର୍ବେ ଗାଁର କିଛି ଲୋକଙ୍କୁ ସୋଲାର ଲାଇଟ୍ ଦିଆ ଯାଇଥିଲା । ତେବେ ତାହା ନିମ୍ନମାନର ହୋଇଥିବାରୁ ଅଧିକାଂଶ ଖରାପ ହୋଇଯାଇଥିବା ଅଭିଯୋଗ ହୋଇଛି।
୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବଧାରୁ ବଞ୍ଚିତ ଏହି ଗାଁ। ରାସ୍ତା ପାଣି ସମସ୍ୟା ଗାଁର ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବିଦ୍ୟୁତ ସମସ୍ୟା ଏହି ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...