ଓଡ଼ିଆଙ୍କ ଭାବାବେଗ ସହ ପାଣ୍ଡିଆନଙ୍କର ସମ୍ପର୍କ ନାହିଁ । ଯଦି ଥାଆନ୍ତା ତାହେଲେ ଓଡ଼ିଆଙ୍କୁ ଏମିତି ହତାଦାର କିଆଁ କରିଥାଆନ୍ତେ ? ଏଇ ଯେମିତି ଉତ୍କଳ ଦିବସରେ ବାର୍ତ୍ତା ଦେଇ କାମ ସାରିଦେଲେ ମୁଖ୍ୟମନ୍ତ୍ରୀ । ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ ବୁଲିଲେ ପାଣ୍ଡିଆନ୍ । ବିଶେଷଜ୍ଞଙ୍କ ପ୍ରଶ୍ନ, ପ୍ରଚାର ମୈଦାନକୁ ଓହ୍ଲାଇବେ ନା ଦୂରେଇ ରହିବେ ସରକାର ଓ ଶାସକ ଦଳକୁ ହାତମୁଠାରେ ରଖିଥିବା ପାଣ୍ଡିଆନ ?
ମିଳିଥିବା ସୂଚନା ଅନୁସାରେ, ଉତ୍କଳ ଦିବସରେ ଭିଡିଓ ବାର୍ତ୍ତା ଦେଇ କାମ ସାରିଦେଇଥିଲେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଠିକ୍ ସେହିଦିନ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀରେ ପହଞ୍ଚିଗଲେ ପାଣ୍ଡିଆନ୍ । ଉତ୍କଳମଣିଙ୍କୁ ଶ୍ରଦ୍ଧା ସୁମନ ବି ଦେଲେ । ହେଲେ ଗଲେନାହିଁ ପଞ୍ଚଶଖାଙ୍କ କର୍ମଭୂମୀ ବକୁଳବନ । ସ୍ଥାନୀୟ ଲୋକେ କହିଲେ ଓଡ଼ିଆ ଭାବବେଗ ସହ ନାହିଁ ସଂପର୍କ। ସରକାର ଓ ବିଜେଡି ଉଭୟକୁ ଚଲାଉଥିବା ପାଣ୍ଡିଆନ୍ ନିଜ ଭାବମୂର୍ତ୍ତୀକୁ ସଜାଡିବାକୁ ଆଗଭର। ହେଲେ ସିଧାସଳଖ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଡରୁଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜନୈତିକ ବିଶ୍ଲେଷକ ।
ସେପଟେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ହ୍ରାସ ପାଉଛି । ଇଣ୍ଡିଆ ଟୁଡେର ସର୍ଭେ ଅନୁସାରେ ଅଢେଇ ବର୍ଷରେ ନବୀନଙ୍କ ଲୋକପ୍ରିୟତା ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ବିଭିନ୍ନ ସର୍ଭେ କହୁଛି ଓଡ଼ିଶାରେ ବିଜେପିର ସିଟ୍ ସଂଖ୍ୟା ଓ ଭୋଟ ପ୍ରତିଶତ ବଢୁଛି। ସେପଟେ ମୁଖିଆଙ୍କ ପ୍ରତିନିଧି ହୋଇ ବୁଲିବା ପାଣ଼୍ଡିଆନଙ୍କ ପାଇଁ ବୁମେରାଂ ହୋଇଥିବା ଏକ୍ସପର୍ଟ ମାନେ କହିଛନ୍ତି । ଏହି କାରଣରୁ ବିଜେଡି ପୋଷ୍ଟରରୁ ହଟିଯାଇଥିଲା ପାଣ୍ଡିଆନଙ୍କ ଫଟୋ । ତେବେ ସମୟ କହିବ କେବେ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ପାଣ୍ଡିଆନ ।