ଜୁନ୍ ୧୨, ୨୦୧୪ । ୨୪ ବର୍ଷ ପରେ ନୂଆ ସରକାର ଶପଥ ନେଇଥିଲା ଜନତା ମଇଦାନରେ । ଉପସ୍ଥିତ ଥିଲେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ରଘୁବର ଦାସଙ୍କ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ସହ ମଂଚରେ ଉପସ୍ଥିତ ଥିଲେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ପଦ ଓ ଗୋପନୀୟତାର ଏମିତି ଶପଥ ନେଇଥିଲେ ମୋହନ ....ମୁଁ ଇଶ୍ଵରଙ୍କ ନାଁରେ ଶପଥ ନେଉଛି ବୋଲି ଚିଙ୍କ ବାଇଟ୍ ଦେବ । ଶପଥ ନେବା ପୂର୍ବରୁ ଯେହେତୁ ଭିଜନ କ୍ଲିୟର ଥିଲା ତେଣୁ ପ୍ରତିଟି ବର୍ଗର ବିକାଶ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଥିଲା ।
ନୂଆ ସରକାର ଆସିବା ପରେ 'ବାବୁ ସରକାର ନୁହେଁ ଲୋକଙ୍କ ସରକାର' ଏହାକୁ ପାଥେୟ କରି ଆଗେଇ ଚାଲିଲା ଦଳ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କେମିତି ଗୋଟି ଗୋଟି କରି ପୂରଣ କରିବ ତାହାକୁ ଅଗ୍ରାଧିକାର ଦେଇ ଦିନ ରାତି ଏକ କରି କାମ ଆଗେଇ ଚାଲିଛି ଦଳ । ତେବେ ଆଜି ସରକାରକୁ ୧୦୦ ଦିନ ପୂରିଛି । ଯାହାର ହିସାବ ଦେଇଛି ବିଜେପି ।
ବିଜେପି ସରକାରର 100 ଦିନରେ ନିଆଯାଇଛି ଅନେକ ବଡ଼ ନିଷ୍ପତ୍ତି। କିଛି ପୂରଣ ହୋଇଛି । ଆଉ କିଛି ପାଇଁ ମୂଳଦୁଆ ପଡିଛି ।
ନିର୍ବାଚନ ପ୍ରଚାରରେ ବିଜେପିର ସବୁଠୁ ବଡ ପ୍ରତିଶ୍ରୁତି ଥିଲା ଶ୍ରୀମନ୍ଦିର ୪ ଦ୍ଵାର ଖୋଲିବା ଓ ରତ୍ନଭଣ୍ଡାର ଖୋଲିବା । ଏହାସହ ସୁଭଦ୍ରା ଯୋଜନା ବି ବେଶ ଚର୍ଚ୍ଚିତ ଥିଲା । ଯାହା ପ୍ରତି ରାଜ୍ୟବାସୀଙ୍କ ଉତ୍ସାହ ଗତ କିଛି ଦିନରେ ବାରି ହୋଇପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମହିଳାଙ୍କ ଆକାଉଣ୍ଟକୁ ଯାଇଛି ।
ବିଜେପି ସରକାର ଶପଥ ନେଉ ନେଉ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ନିଆଯାଇଥିଲା ନିଷ୍ପତ୍ତି । ଯାହା କରିଦେଖାଇଥିଲେ ସରକାର । ଜୁନ 13 ସକାଳେ ଶ୍ରୀମନ୍ଦିର ମଙ୍ଗଳ ଆଳତି ବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସମସ୍ୟମାନଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଥିଲା ।
ଠିକ୍ ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ସ୍ଥାନାନ୍ତର ସହ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯାଇଛି ।
ଏଥିସହ ଶ୍ରୀମନ୍ଦିର ପରିଚାଳନା ପାଇଁ 500 କୋଟିର କର୍ପସ୍ ଫଣ୍ଡର ଗଠନ ହୋଇଛି ।
ଓଡିଆ ଅସ୍ମିତା ପ୍ରଚାର ପ୍ରସାର ପାଇଁ ୨୦୦ କୋଟିର କର୍ପସ୍ ଫଣ୍ଡ ଗଠନ ହୋଇଛି ।
ଏଥିସହ ସରକାରୀ କାଗଜପତ୍ରରେ ଓଡ଼ିଆର ବ୍ୟବହାର ପାଇଁ ମଧ୍ୟ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।
ଚାଷୀଙ୍କୁ ମିଳିଛି ସମ୍ମାନ । ଚାଷୀଙ୍କ ବିକାଶ ପାଇଁ ସମୃଦ୍ଧ କୃଷକ ନୀତି ଭଳି କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ସିଏମ କିଷାନ ଯୋଜନାରେ ୪୬ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଛି ୨୦୦୦ ଟଙ୍କାର ପ୍ରଥମ କିସ୍ତି । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସହ ଜଳସେଚନ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି ସରକାର ।
ବେଆଇନ ମଦ ଭାଟି ଉପରେ ବୁଲୁଛି ବୁଲଡୋଜର ।
୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛନ୍ତି ଲୋକଙ୍କ ସରକାର ।
ବାର୍ଦ୍ଧକ୍ୟ ଭତ୍ତା ହୋଇଛି ୩୫୦୦ ଟଙ୍କା ।
ବଢିଛି ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ।
ବହୁ ବର୍ଷ ହେଲା ଧାନ ଏମଏସପି ବଢାଇବାକୁ ଦାବି ହେଉଥିବାବେଳେ ବିଜେପି ସରକାର ଏହାକୁ 3100 ଟଙ୍କା ବୃଦ୍ଧି କରିଛନ୍ତି ।
ଏହାସହ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି । ଓଡିଶାକୁ ବିକଶିତ କରି ତୋଳିବା ପାଇଁ ଏଭଳି ଅନେକ ପଦକ୍ଷେପ ହାତକୁ ନେଇଛି ବିଜେପି ସରକାର । ତେଣୁ ୧୦୦ ଦିନର ସଫଳତାକୁ ଧୁମଧାମରେ ପାଳନ କରିବେ ବିଜେପି ସରକାର । ଆଜିଠୁ ୨୨ ତାରିଖ ଯାଏଁ, ୪ ଦିନ ଧରି ସାରା ରାଜ୍ୟରେ ପାଳନ ହେବ ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି କାର୍ଯ୍ୟକ୍ରମ ।
100 ଦିନରେ ସରକାର ଅନେକ ଆଖିଦୃଶିଆ ପଦକ୍ଷେପ ନେଇଥିଲେ ବି ବିବାଦ ସରାକାରଙ୍କ ପିଛା ଛାଡିନି । ହେଲେ ଏହି ବିବାଦ ମଧ୍ୟରେ ବି ସରକାର ଲୋକଙ୍କ ପାଇଁ କାମ କରିଚାଲିଛନ୍ତି । ମୋଦି ଗ୍ୟାରେଣ୍ଟିରେ ଯାହା ଲେଖିଛୁ ସବୁ ଗୋଟି ଗୋଟି କରି ପୂରଣ କରିବାକୁ ସରକାର ବଦ୍ଧ ପରିକର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦର୍ଶକବନ୍ଧୁ କଥା ହେଲା, ୨୪ ବର୍ଷ ପରେ ସରକାର ବଦଳିବ ବୋଲି ଅନେକ ଚର୍ଚ୍ଚା ହେଉଥିଲା । ସେହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ନୂଆ ସରକାର ରାଜ୍ୟବାସୀ ଦେଖିଛନ୍ତି । ତେଣୁ ଅନେକ ଆଶା ଓ ଆକାଂକ୍ଷା ବି ରହିଛି । ଯାହାକୁ ପୂରଣ କରିବାକୁ ମୋହନ ସରକାର ଚେଷ୍ଟା ଚଳାଇଛି ।