ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଅରବିନ୍ଦ କେଜ୍ରିୱାଲଙ୍କ ପରେ ସେ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆମ୍ ଆଦମୀ ପାର୍ଟିର ପ୍ରଥମ ମହିଳା ସିଏମ୍ ହେବାକୁ ଯାଉଛନ୍ତି ଆତିଶୀ । ତେଣୁ ତାଙ୍କୁ ନେଇ ଚର୍ଚ୍ଚା ହେବା ସ୍ଵାଭାବିକ କଥା ।
ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ସ୍ଵର୍ଗତ ସୁଷମା ସ୍ୱରାଜ । ସୁଷମାଙ୍କ ପରେ ପରେ ଶୀଲା ଦୀକ୍ଷିତ୍ ଦିଲ୍ଲୀର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ସୂଚନା ଅନୁସାରେ, ସୁଷମା ନିଜର ପ୍ରାଥମିକ ଶିକ୍ଷା ଅମ୍ବାଲା କ୍ୟାଣ୍ଟର ସନାତନ ଧର୍ମ କଲେଜରୁ ସମାପ୍ତ କରିବା ପରେ ସେହି କଲେଜରୁ ସ୍ନାତକ ହାସଲ କରିଥିଲେ । ସୁଷମା ସ୍ୱରାଜ ସଂସ୍କୃତ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଓ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନ ପାଠ ପଢିଥିଲେ ।
ଶିଲା ଦୀକ୍ଷିତ । ଦିଲ୍ଲୀର ଦ୍ଵିତୀୟ ମହିଳା ମୁଖ୍ୟମନ୍ତ୍ରୀ । ଶିଲା ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀର କନଭେଣ୍ଟ ଅଫ୍ ଜିସସ ଆଣ୍ଡ ମେରି ସ୍କୁଲରୁ ଶେଷ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସରୁ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ପାଠ ପଢିବା ସମୟରେ ହିଁ ସେ ରାଜନୀତିରେ ଯୋଗ ଦେଇଥିଲେ ବୋଲି କୁହାଯାଏ ।
ସଜସଜ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆତିଶୀ । ଆସନ୍ତା ଶନିବାର ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଆତିଶୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ଇତିହାସରେ ସ୍ନାତକ ହାସଲ କରିଛନ୍ତି । ବିଦେଶରୁ ବି ସେ ଅଧ୍ୟୟନ କରିଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି ଆତିଶୀ । ମୋଟ୍ ଉପରେ ଦିଲ୍ଲୀ ପାଇଥିବା ବା ପାଇବାକୁ ଥିବା ମହିଳା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବହୁ ଅଧିକ ।