କେବଳ ୱେବସାଇଟ୍ ରୁ ଉଭାନ ହୋଇନି 5T। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଫଳକରୁ ବି 5Tକୁ ଲିଭାଇ ଦିଆଯାଉଛି ଆମେ 2ଟି ଉଦାହରଣ ଆପଣଙ୍କ ଆଗରେ ରଖୁଛୁ। ଭଦ୍ରକ ବ୍ଲକ ବାଉଦପୁର ପଞ୍ଚାୟତରେ ବସୁଧା ଯୋଜନାରେ ନିର୍ମିତ ପାଣି ଟାଙ୍କି ପାଖରେ ଲାଗିଥିବା 5t ବୋର୍ଡକୁ ଚିରି ଦିଆଯାଇଛି। ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀ ରେ ଆମ ଗାଁ ଆମ ବିକାଶ ବୋର୍ଡ, ତହସିଲ ଅଫିସ୍ ଓ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟରୁ ଲିଭିଆ ଯାଇଛି 5ଟି ଲେଖା।
ଏହି 5T ଥିଲା ବିଜେଡି ସରକାରଙ୍କ ସବୁଠୁ ବଡ଼ ଟ୍ରମ୍ଫ କାର୍ଡ। ଏହି 5Tକୁ ସବୁଠୁ ବଡ଼ ସଫଳତା ଦର୍ଶାଉଥିଲେ ରାଜ୍ୟ ସରକାର। ଯାହା ଅଧିନକୁ ଆସିଥିଲା ରାଜ୍ୟର ସମସ୍ତ ବିଭାଗ। ସବୁ ବିକାଶର ଶ୍ରେୟ ଯାଉଥିଲା 5Tକୁ। କିନ୍ତୁ 5T ଭିଜନ ୱେବସାଇଟ୍ ରୁ ତଥ୍ୟ ଗାଏବ ଏବଂ ସରାକାରୀ ଫଳକରୁ 5ଟି ଉଭାନ ହେବା ପ୍ରମାଣିତ କରୁଛି କି 5T କନସେପ୍ଟ ହିଁ ଥିଲା ବେନିଅମ୍ ? ଏହି 5Tର ଅସ୍ତିତ୍ବକୁ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଯାହର ଉତ୍ତରରେ ସରକାର କହିଥିଲେ 5T ଏକ ବିଚାରଧାରା। ଯଦି ବିଚାରଧାରା ତାର ସଚିବ କେମିତି ରହିବେ। ବିନା ବିଭାଗ ବିନା କର୍ମଚାରୀରେ ସଚିବ କେମିତି ରହିପାରିବେ ବୋଲି ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ନେତା।
ଅର୍ଥାତ ଯେଉଁ 5T ନାଁ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ସବୁ ଶ୍ରେୟ ଜଣଙ୍କ ମୁଣ୍ଡରେ ଦେଇଚାଲିଥିଲେ ବିଜେଡି ସରକାର ଏବେ ତାହା ବାହାରିଲା ବେଆଇନ୍। ଏକଥା ରାତାରାତି 5T ଗାଏବ ହେବା ଘଟଣାରୁ ହିଁ ପ୍ରମାଣିତ ହୋଇଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: