ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଭୁବନେଶ୍ୱରର ଲୋୟର ପିଏମ୍ଜିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଏଥିରେ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ । ପାରଳାଖେମୁଣ୍ଡି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବୃନ୍ଦାବନ ପ୍ୟଲେସ୍ ନିକଟରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଗଜପତି ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ସାମିଲ ହୋଇ ଯୋଗ କରିଥିଲେ । ରାଇରଙ୍ଗପୁର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଯୋଗ ଦିବସ ପାଳିତ । ଏଥିରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ସାମିଲ ହୋଇ ଯୋଗଭ୍ୟାସ କରିଥିଲେ । ସେହିପରି ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଜୟପୁର ପୌରପାଳିକା ଓ ଜୟପୁର ପଂଚାୟତ ସମିତି ତରଫରୁ ମିଳିତ ଭାବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଧାୟକ ତାରାପ୍ରସାଦ ବାହିନୀପତି ସାମିଲ ହୋଇ ଯୋଗ କରିଥିଲେ । ସେହିପରି କୋରାପୁଟର ଉଚ୍ଚତମ ପର୍ବତ ଦେଓମାଳିରେ ବି ଯୋଗ ଦିବସ ପାଳିତ ହୋଇଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର