କେଏଲ ରାହୁଲ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳରେ ସ୍ଥାନ ପାଇଛନ୍ତି ସର୍ଫରାଜ ଖାନ। ଇଂଲଣ୍ଡ ବିପକ୍ଷ ଡେବ୍ୟୁ ସିରିଜ୍ରେ ଭଲ ପ୍ରଦର୍ଶନ କରିଥିବା ସର୍ଫରାଜ ତାଙ୍କ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଧ୍ରୁବ ଜୁରେଲ ଓ ଆକାଶ ଦୀପ ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଦଳରେ ସାମିଲ ହୋଇଛନ୍ତି ୟଶ ଦୟାଲ। ଭାରତ-ବାଂଲାଦେଶ ମଧ୍ୟସ୍ଥ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରେ ଚେନ୍ନାଇରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୨୭ରେ କାନପୁରରେ ଖେଳାଯିବ