ACF ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲା । ଖଇରାରେ ପହଁଚିଛି ପାରଳାଖେମୁଣ୍ଡି ଥାନାର ୬ ଜଣିଆ ତଦନ୍ତକାରୀ ଟିମ୍ । ଏହି ଟିମ୍ ସୌମ୍ୟଙ୍କ ପରିବାର ଓ ସଂପର୍କୀୟଙ୍କୁ ପଚରାଉଚରା କରୁଛି । ଟିମରେ ଅଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଏସ୍.ଆଇ ତ୍ରିନାଥ ପଟ୍ଟନାୟକଙ୍କ ସମେତ ଅନ୍ୟ ୪ ଜଣ ଅଧିକାରୀ । ସୌମ୍ୟରଞ୍ଜନଙ୍କ ବାସଭବନରେ ପରିବାର ଓ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି ।
#ArgusNews #ArgusNewsTV #Odisha #Balasore #Paralakhemundi #Investigation #ACF_deathcase