ଏକ ରିପୋର୍ଟରୁ ଜଣାପଡିଛି ଯେ ପାଖାପାଖି 99 ପ୍ରତିଶତ ଲୋକ ନିଜକୁ ହୃଦଘାତ ହେଉଥିବା ସଂପର୍କରେ ଜାଣିପାରୁନାହାନ୍ତି । ହେଲେ ହୃଦଘାତର କିଛି ଲକ୍ଷଣ ଜାଣି ରଖିବା ଦରକାର । ହୃଦଘାତର ଏହି 7ଟି ଲକ୍ଷଣକୁ କେବେ ବି ଇଗନୋର୍ କରନ୍ତୁ ନାହିଁ । ନହେଲେ ଆପଣଙ୍କୁ ଏହା ଅସୁବିଧାରେ ପକାଇପାରେ ।
- ବାନ୍ତି ହେବା, ବଦହଜମି ହେବା, ଛାତି ଜଳିବା ଭଳି ଲାଗିବା, ପିଠି ଯନ୍ତ୍ରଣା ।
- ବାହୁରେ ଯନ୍ତ୍ରଣା ଅନୁଭବ କରିବା , ମୁଣ୍ଡ ବୁଲାଇବା , ଅଚେତ ହୋଇଯିବା
- ନିଜକୁ ହାଲୁକା ଅନୁଭବ କରିବା
- ଗଳା କିମ୍ବା ଦାନ୍ତ ମାଢି ଯନ୍ତ୍ରଣା ହେବା
- ଅଳ୍ପ କାମ କରିବା କ୍ଷଣି କ୍ଳାନ୍ତ ଅନୁଭବ କରିବା
- ଘୁଙ୍ଗୁଡି ମାରିବା, ଝାଳ ବୋହିବା
- ଅଙ୍ଗ ଫୁଲିଯିବା, ହୃଦ ସ୍ପଦନର ବେଗ ବଢିବା
- ଏହି ସବୁ ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ବେଳେ ଏମିତି ହୁଏ ଆମେ ଅଳ୍ପ କାମ କରିବା କ୍ଷଣି ଥକ୍କା ଲାଗେ । ଯଦି ବାରମ୍ବାର ଏମିତି ଥକ୍କା ଲାଗୁଛି । ତାହା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଗୋଡ କିମ୍ବା ପେଟରେ ମଧ୍ୟ ହୃଦଘାତର ଲକ୍ଷଣ ଦେଖାଯାଏ । ପାଦର ତଳ ଭାଗ ଫୁଲିଯିବା ମଧ୍ୟ ହୃଦରୋଗର ଲକ୍ଷଣ ହୋଇପାରେ । ଏମିତି ଦେଖା ଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଯଦି ଆପଣ ପ୍ରତିଦିନ ରାତିରେ ଶୋଇବା ସମୟରେ ଘୁଙ୍ଗୁଡି ମାରୁଛନ୍ତି, ତେବେ ଏହା ମଧ୍ୟ ହୃଦଘାତର ଲକ୍ଷଣ ହୋଇପାରେ । ଏହାକୁ ସ୍ଲିପ୍ ଆପ୍ନିଆ ବୋଲି ମଧ୍ୟ କୁହନ୍ତି । ଠିକ୍ ସମୟରେ ଏହାର ଚିକିତ୍ସା କରା ନଗଲେ ଏହା ସାଙ୍ଘାତିକ ହୃଦରୋଗର ଆଶଙ୍କାକୁ ବଢାଇପାରେ । ସେଥିପାଇଁ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନେବା ଦରକାର ।
ମୋଟା ମୋଟି ଉପରେ କହିବାକୁ ଗଲେ ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ହେତୁ ହୃଦଘାତ ଭଳି ସମସ୍ୟା ବଢୁଛି । ସେଥିପାଇଁ ହୃଦୟର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି ।
ଚର୍ବି, ଲୁଣ, ଚିନି, ତେଲ ମସଲା ଯୁକ୍ତ ଖାଦ୍ୟ ହୃଦରୋଗର କାରଣ । ସେଥିପାଇଁ ଏଥିରୁ ଦୂରେଇ ରୁହନ୍ତୁ ।