ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅର୍ଗସ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୭ଦି ଦିନ ବାକି। ହ୍ବାଇଟ୍ ହାଉସ୍ ପାଇଁ ୨ ପ୍ରତିଦ୍ବନ୍ଦ୍ବି ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତୁତ। ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ, ଡି ଡେ ନଭେମ୍ବର ୫ ପୂର୍ବରୁ ଶେଷ ପର୍ଯ୍ୟାୟ ପ୍ରଚାର ଜୋର କରିଛନ୍ତି। ତେବେ ଆମେରିକାର ଅନେକ ରାଜ୍ୟରେ ଆର୍ଲି ଭୋଟିଂ ଆରମ୍ଭ ହୋଇସାରିଛି। ଆଜି ରାଷ୍ଟ୍ରପତି ବାଇଡେନ ନିଜ ଜନ୍ମସ୍ଥାନ ଡେଲାୱାରେ ଠାରେ ଭୋଟ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜ ଖରାପ ସ୍ବାସ୍ଥ୍ୟ ଓ ଦୁର୍ବଳ ପ୍ରଦର୍ଶନ ଯୋଗୁ ଜୁନ୍ ୨୭ରେ ପୁନଃ ନିର୍ବାଚିତ ହେବା ଦୌଡ଼ରୁ ଓହରିଯିବା ପରେ କମଲା ହାରିସଙ୍କୁ ଡେମୋକ୍ରାଟିକର ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ନଭେମ୍ବର ୫ ପୂର୍ବରୁ ଆମେରିକାର ୪୩.୫ ମିଲିଅନ୍ ଭୋଟର ଆର୍ଲି ଭୋଟିଂ ଦ୍ବାରା ଭୋଟଦାନ କରିସାରିଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୫୩୮ ଇଲେକ୍ଟୋରାଲ ଭୋଟରେ ମତଦାନ ହେଉଥିବା ବେଳେ ୨୭୦ ଇଲୋକ୍ଟରାଲ ଭୋଟ ପାଇବା ଦଳ ବିଜୟୀ ହେବ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅର୍ଗସ ବ୍ୟୁରୋ: ଡେପ୍ସାଙ୍ଗ ଓ ଡେମ୍ଚୋକ୍ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4 ବର୍ଷ ପୂର୍ବରୁ ଯେପରି ପାଟ୍ରୋଲିଂ ହେଉଥିଲା, ସେହି ଧାରା ପୁନଃ ଆରମ୍ଭ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଉଭୟ ଦେଶର ସେନା ପଛକୁ ହଟିବା ନେଇ ଅକ୍ଟୋବର ୨୧ ତାରିଖରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର