ଏ ବର୍ଷ 25 ଲକ୍ଷ ଦୀପ ପ୍ରଜ୍ବଳନ ପାଇଁ ବ୍ୟବସ୍ଥା ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ସହ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଉତ୍କଷ୍ଠା ଦେଖିବାକୁ ମିଳିଛି । ଦୀପୋତ୍ସବକୁ ନେଇ ପୂର୍ବବର୍ଷର ଗିନିଜ ବୁକ ଅଫ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି ଅଯୋଧ୍ୟା ।
ଗତ ବର୍ଷ ସପ୍ତମ ଦୀପୋତ୍ସବରେ ୨୨ ଲକ୍ଷ ୨୩ ହଜାର ଦୀପ ଜଳାଯିବା ସହ ବନିଥିଲା ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ । ପ୍ରଭୁ ଶ୍ରୀରାମଙ୍କ ରଥ ଟାଣି ଉତ୍ସବର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରୟାଗରାଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀପୋତ୍ସବକୁ ସ୍ମରଣୀୟ କରିବା ଲାଗି ସରଜୁ ତଟ୍ଟରେ ୫ଟି ସ୍ଥାନରେ ସାମୁହିକ ଦୀପ ପ୍ରଜ୍ଜ୍ବଳିତ ହୋଇଛି ।
ଅବଧ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀମାନେ ଦୀପ ସଜ୍ଜିତ କରିଛନ୍ତି । ଦୀପୋତ୍ସବ ସହ ଏବର୍ଷ ସରଜୁ ତଟରେ ୧୧ଶହ ମହିଳା ଏକସଙ୍ଗରେ ଆଳତୀ କରି ଆଉ ଏକ ରେକର୍ଡ କରିଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...