ସେପଟେ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଥିବା ଇରାନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଧମକ ଦେଇଛି । ଇରାନ୍ ଏକ ବଡ ଭୁଲ କରିଛି, ଏଥିପାଇଁ ମୂଲ୍ୟ ଦେବାକୁ ପଡିବ । ଯିଏ ଇସ୍ରାଏଲ ଉପରେ ଆକ୍ରମଣ କରିଛି ତା ଉପରେ ଆହୁରି ବଡ ଆକ୍ରମଣ ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି । ଏପଟେ ଲେବାନନ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ବେରୁତରେ ହିଜବୁଲ୍ଲା ଆଡ୍ଡା ଉପରେ ଆଜି 6 ଥର ଜୋରଦାର ଆକ୍ରମଣ କରାଯାଇଥିବା IDF କହିଛି । ଗ୍ରାଉଣ୍ଡ ଅପରେସନ ସହ ଇସ୍ରାଏଲ ସେନା ଲେବାନନରେ ରକେଟ ମାଡ଼ ଜାରି ରଖିଛି । ସେପଟେ ଜାତିସଂଘର ମହାସଚିବ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି ଇସ୍ରାଏଲ । ଇରାନ୍, ହିଜବୁଲ୍ଲା ଓ ହମାସର ଆକ୍ରମଣକୁ ନିନ୍ଦା କରିବା ବଦଳରେ ସେମାନଙ୍କୁ ସମର୍ଥନ କରାଯାଉଛି । ଏଥିପାଇଁ ଜାତିସଂଘ ମହାସଚିବଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଇସ୍ରାଏଲ ।
ପଶ୍ଚିମ ଏସିଆ ସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ଟ୍ରାଭେଲ ଆଡଭାଇଜରୀ । ଭାରତୀୟ ନାଗରିକ ବର୍ତ୍ତମାନ ସ୍ଥିତିରେ ଇରାନକୁ ନଯିବା ପାଇଁ ଆଡଭାଇଜରୀରେ କୁହାଯାଇଛି । ଏହାପୂର୍ବରୁ ଗତକାଲି ଇସ୍ରାଏଲରେ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଥିଲା । ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜରୁରୀ କାଳୀନ ହେଲ୍ପ ଲାଇନ ଜାରି କରାଯାଇଛି। ସେଠାରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ ଥିବା ସୂଚନା ମିଳିଛି ।
ହିଜବୁଲ୍ଲା ଚିଫ ହସନ ନସରଲ୍ଲାହ ହତ୍ୟାର ପ୍ରତିଶୋଧ ନେବାକୁ ଗତକାଲି ରାତିରେ ଇସ୍ରାଏଲ ଉପରେ ଶତାଧିକ ମିସାଇଲ ମାଡ଼ କରିଥିଲା ଇରାନ । ରାଜଧାନୀ ତେଲ ଅଭୀଭକୁ ଇରାନ ଟାର୍ଗେଟ କରିଥିଲା । ଇସ୍ରାଏଲ ଏୟାର ଡିଫେନସ୍ ସିଷ୍ଟମ ସହାୟତାରେ ସମସ୍ତ ମିସାଇଲକୁ ଆକାଶରେ ହିଁ ନଷ୍ଟ କରିବାରେ ସମର୍ଥ ହୋଇଥିଲା ।
ଅଧିକ ପଢ଼ନ୍ତୁ ବିଦେଶ ଖବର: