ଗାଁର ଉଭୟ ପାର୍ଶ୍ବର ଅବସ୍ଥା ଶୋଚନିୟ। ଗୋଟିଏ ପଟେ ଦେଓଲି ଠାରୁ ସେମଳା ପର୍ଯ୍ୟନ୍ତ କାଦୁଅ ରାସ୍ତା ଥିବା ବେଳେ ଅନ୍ୟ ପଟେ ସେମଳା ଠାରୁ ଭୁରୁଷ ରାସ୍ତା ଦେଇ କୋଟପାଡ଼ ବ୍ଲକକୁ ଯିବାକୁ ହେଲେ ଛୋଟ ନାଳ ଅତିକ୍ରମ କରି ଯିବାକୁ ପଡେ। ମାତ୍ର କିଛି ମାସ ହେଲା ସେହି ଛୋଟ ନାଳ ଉପରେ ବ୍ରିଜ କାମ ଆରମ୍ଭ ହୋଇଛି। ଫଳରେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ।
ରାଜ୍ୟ ସରକାର ସମସ୍ତ ଗାଁକୁ ରାସ୍ତା ଯୋଗାଇବା ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ସରକାରୀ ତହବିଲ୍ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ କିଛି ଅସାଧୁ ଠିକାଦାରଙ୍କ ପାଇଁ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଭନସୁଲି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ସଠିକ୍ ଢଙ୍ଗରେ ଫଳପ୍ରଦ ହୋଇପାରୁନାହିଁ । ପକ୍କା ରାସ୍ତା ନଥିବା ବେଳେ କଚ୍ଚା ରାସ୍ତା ନିର୍ମାଣରେ ଚଞ୍ଚକତା ଯୋଗୁଁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି । ନାଲିମାଟିର ଏହି ରାସ୍ତାରେ ଦୁଇ ଚକିଆ ଯାଇ ପାରୁଛି ନା ୪ ଚକିଆ । ସ୍ଥିତି ଏପରି ହେଇଛି ଯେ ଲୋକେ ଚାଲିଚାଲି ଯିବା ବି କଷ୍ଟକର ହୋଇପଡୁଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: