ନିର୍ମାଣର ଦୀର୍ଘ 2 ବର୍ଷ ରୁ ଉର୍ଦ୍ଧ ହେଲାଣି ଏହି ଅଙ୍ଗନୱାଡି କେନ୍ଦ୍ର... ତଥାପି ପ୍ରଶାସନ, କେନ୍ଦ୍ରକୁ ରାସ୍ତା ନିର୍ମାଣ ହେଉ କି ପାନୀୟ ଜଳର ବ୍ୟବସ୍ଥା , ଏସବୁ କରିବାରେ ବିଫଳ ...ଅବସ୍ଥା ଏଭଳି ହେଲାଣି ଯେ ରାସ୍ତା ନ ଥିବା ଯୋଗୁଁ ପିଲା ଙ୍କ ଉପସ୍ଥାପନ ମଧ୍ୟ କମିବାରେ ଲାଗିଛି। ତେବେ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରର ସ୍ଥିତି ଯଦି ଏଭଳି ତେବେ ସାଧାରଣ କେନ୍ଦ୍ରର ସ୍ଥିତି କିଭଳି ଥିବ ତାହା ସହଜେ ଅନୁମେୟ କରିହେଉଛି। ତେବେ ଏ ସମସ୍ୟା ବାବଦରେ ସିଡ଼ିପିଓଙ୍କୁ ଯୋଗାଯୋଗ କରିବାରୁ ସେ " ରାସ୍ତା ନିର୍ମାଣ ଦିଗରେ ଆମ୍ବାଡସି,ପାନୀୟଜଳ ପାଇଁ RWSS ଯନ୍ତ୍ରୀଙ୍କୁ କହିଥିବା ନେଇ ପ୍ରକାଶ କରିଛନ୍ତି।
ସ୍ଥାନୀୟ ପ୍ରଶାସନର ଉଦାସୀନତା ହେଉ କି ଅପାରଗତା ଯାହା ପାଇଁ ୨ ବର୍ଷ ବିତିଗଲା କିନ୍ତୁ ଅଙ୍ଗନୱାଡି କେନ୍ଦ୍ରକୁ ଯିବା ପାଇଁ ରାସ୍ତାଟିଏ ନିର୍ମାଣ ହୋଇପାରିଲାନି... ତେବେ ଆଗକୁ କୁନି କୁନି ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାନୀୟ ଜଳର ଶୀଘ୍ର ସୁବନ୍ଦୋବସ୍ତ ଏବଂ ରାସ୍ତା ନିର୍ମାଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ନେଇ ସମସ୍ତେ ଆଶାବାଦୀ ।