ଖଣି ପ୍ରାଚୁର୍ଯ୍ୟଭରା ସୁକିନ୍ଦାରେ ନଗଡା । ସୁକିନ୍ଦା ରାଜନୀତିରେ 34 ବର୍ଷ ଧରି ଘଡେଇ ପରିବାରଙ୍କ ହାତରେ ଥିଲା କ୍ଷମତା । ବଡ ଘଡେଇ ଓ ସାନ ଘଡେଇ ସୁକିନ୍ଦାରୁ ହୋଇଥିଲେ ନିର୍ବାଚିତ । ଆଉ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ହାତେଇଥିଲେ ବଡବଡ ମନ୍ତ୍ରୀ ପଦବୀ । ସୁକିନ୍ଦାରୁ 24 ବର୍ଷ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଆଉ ସେଥିରେ ପୁଣି 14 ବର୍ଷର ମନ୍ତ୍ରୀ । ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ସମୟରେ ଅର୍ଥ, ସ୍ୱାସ୍ଥ୍ୟ, ଶିକ୍ଷା, ଅବକାରୀ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ ।
15 ବର୍ଷର ବିଧାୟକ ଥିଲେ । କେବଳ ସୁକିନ୍ଦାରୁ ସେ 10 ବର୍ଷ ବିଧାୟକ ହୋଇଛନ୍ତି । ଆଉ ନବୀନ ପଟ୍ଟନାୟକ ସରକାରରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ପରି ବିଭାଗର ମଧ୍ୟ ମନ୍ତ୍ରୀ ଥିଲେ । ବାପ-ପୁଅଙ୍କ ଶାସନରେ ଓଡିଶାକୁ ନଗଡାରେ ଭେଟି ଦେଇଛନ୍ତି ପ୍ରଫୁଲ ଓ ଡ୍ୟାନି ଘଡେଇ । ଆଉ ଏବେ ସତ ଖୋଲିବା ପରେ ବିଳିବିଳେଇ ହେଉଛନ୍ତି ଘଡେଇ ପରିବାର ।
ସେପଟେ କେବଳ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ନୁହଁନ୍ତି । ଅନରୂପ ଅଭିଯୋଗ ମଧ୍ୟ ଆଣିଛି କଂଗ୍ରେସ । ଆଉ ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ ମଧ୍ୟ କହିଛନ୍ତି ସୁକିନ୍ଦାକୁ ଲୁଟିଛନ୍ତି ଘଡେଇ ବାପ-ପୁଅ ।ଯାଜପୁରକୁ ଲୁଟିଛନ୍ତି 3 ପରିବାର । ଆଉ ନଗଡାର କଥା କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦ୍ମତୋଳା ପଢିବା ପରେ ବାହାରକୁ ଆସିଥିଲେ ଘଡେଇ ବାପ-ପୁଅ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନଗଡାର ବିକାଶ ଦାବି କରିଥିଲେ ସାନ ଘଡେଇ । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳର ଦେଖାଇଛନ୍ତି ରଂଗୀନ ଚିତ୍ର । ଆଉ ଏହି ଦୃଶ୍ୟ ଦେଖନ୍ତୁ ଅର୍ଗସ କ୍ୟାମେରାରେ କଏଦ ସତର ବାସ୍ତବ ଚିତ୍ର...... କେମିତି ନଗଡା ତଳଡିହ ଓ ତୁମୁଣିର ଖାଇବାକୁ ନ ପାଇ ଅପପୁଷ୍ଟିର ଶିକାର ହେଉଛନ୍ତି ପିଲା । ଖାଇବା କହିଲେ ଭାତ-ଲୁଣ ଜଙ୍ଗଲୁ ଆଳୁ, ଚାକୁଣ୍ଡା ଶାଗ । ପାଣି କହିଲେ ମାଇଲ ମାଇଲ ଦୁରରେ ଥିବା ଝରଣା ଉପରେ ଭରଷା । ଆଉ ସତ ଖୋଲିବାରେ ଏବେ ଖୋଲିଯାଇଛି ଘଡେଇ ବାପ-ପୁଅଙ୍କ ପୋଲ।
ଅଧିକ ପଢ଼ନ୍ତୁ ଓଡିଶା ଖବର: