ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ନିଅ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଉଦଯାପନୀ ଦିନ ଏଭଳି କଡା ଆଭିମୁଖ୍ୟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହିଳା ହିଂସା ଉପରେ ଜିଲ୍ଲାୱାରୀ ତଥ୍ୟ ସହ ଦଣ୍ଡ ବିଧାନ ପେଣ୍ଡିଂ ଷ୍ଟାଟସ୍ ଏବଂ ତାର କାରଣ ବିଷୟରେ ୧ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ।
ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକ, ବିଶେଷ କରି ମହିଳାଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ରାତି ଅଧରେ ଅଭିଯୋଗ ନେଇ ଆସିଲେ ମଧ୍ୟ ଗୁରୁତ୍ଵ ଦିଅନ୍ତୁ । ଆମ ଥାନା କରିଥିଲେ ଗତ ସରକାର । କିନ୍ତୁ ନିଜେ ବିଧାୟକ ଥିବା ବେଳେ କିଭଳି ଦୁର୍ବ୍ୟବହାର ଶିକାର ହୋଇଥିଲେ, କହିଲେ ସିଏମ ।ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଦିନ ସକାଳ ପଖାଳ ଆଉ ନାହିଁ । ଦୁର୍ନୀତିକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ରାଜ୍ୟରେ ଥିବା ସବୁ ମହିଳା ଓ ଶିଶୁ ଡେସ୍କକୁ କ୍ରିୟାଶୀଳ କରାଯାଉ । ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଅନଲାଇନ ନିର୍ଯାତନା ରୋକିବାକୁ ପାଇଁ ସାଇବର ବିଭାଗ କାମ କରୁଛି । ତେବେ ସାଇବର କ୍ରାଇମ୍ ରୋକିବା ପାଇଁ ପୋଲିସ ଟେକନଲଜି ବ୍ୟବହାର ବୃଦ୍ଧି କରୁ । ରାଜ୍ୟରୁ ମୂଳରୁ ନିପାତ ହେବ ମାଓ ହିଂସା । ମାଓବାଦୀ ମୁଖ୍ୟମନ୍ତ୍ରୀଙ୍କ ୱାର୍ଣ୍ଣିଂ । ମାଓବାଦୀ ମାନେ ହିଂସା ପରିତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ନଚେତ୍ ଯାହା ପରିସ୍ଥିତି ହେବ ସାମ୍ନା କରିବେ ମାଓବାଦୀ ।
ପୋଲିସ ବାହିନୀକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେବ ସ୍ଵତନ୍ତ୍ର ବାଟାଲିୟନ, ନିଯୁକ୍ତ ହେବ, ୧୦୪୩ ପୋଲିସ କର୍ମୀ । ପ୍ରତି ଥାନାରେ ରହିବ ଦୁଇଟି ୪ ଚକିଆ ଗାଡି । ଥାନାର ପ୍ରତ୍ୟେକ ଅଧିକାରୀଙ୍କୁ ମିଳିବ ଗୋଟିଏ ଲେଖାଁଏ ବାଇକ । ଖୁବଶୀଘ୍ର ସରକାର ଯୋଗାଇଦେବେ ୯ ହାଜାର ବାଇକ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରତି ଜିଲ୍ଲାରେ ହେବ ଓଡ୍ରାଫ ୟୁନିଟ । ଏବେ ୨୦ଟି ୟୁନିଟ ଅଛି, ଆଉ ୧୦ଟି ୟୁନିଟ କାର୍ଯ୍ୟକାରୀ କରାଯିବ । ୩ଟି ନୂଆ ଓଡ଼ିଶା ଷ୍ଟେଟ ଷ୍ଟ୍ରାଇକିଂ ଫୋର୍ସ ବାଟାଲିୟନ ହେବ ।
ଏସପି ମାନେ ନିୟମିତ ଭାବେ ଥାନା ଗସ୍ତ କରନ୍ତୁ । ଯଦି ଥାନା ଅଧିକାରୀ ଥାନାକୁ ଯିବେ ନାହିଁ, ବାଧା ଆସିବ । ପୋଲିସ ବିଭାଗରେ ଖାଲି ଥିବା ପଦବୀ ପୂରଣ ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି । ଏ ଉପରେ ଖୁବଶୀଘ୍ର ନିଷ୍ପତି ନିଆଯିବ । ଶାସନ ପ୍ରଶାସନର ଦୁଇଟି ଖମ୍ବ ଜିଲ୍ଲାପାଳ ଓ ଏସପି । ନିଜ ପଦ ପଦବୀ ପ୍ରତି ଉତ୍ତର ଦାୟିତ୍ଵ ନିର୍ବାହ କରନ୍ତୁ । ଗୋଟିଏ ଟିମ୍ ଭଳି କାମ କରନ୍ତୁ । ନଚେତ୍ ମତାନ୍ତର ମନାନ୍ତର ହେବ । ଏହାକୁ କେବେ ପ୍ରସୟ ଦିଆଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆହୁରି ପଢନ୍ତୁ ଓଡିଶା ଖବର...