ହଜମ ଉପରେ ପ୍ରଭାବ
ଥଣ୍ଡା ପାଣି ଆମ ଅଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଥଣ୍ଡା ପାଣି ଏବଂ ଅନ୍ୟ ଥଣ୍ଡା ପଦାର୍ଥ ରକ୍ତବାହିକୁ ସଙ୍କୁଚିତ କରିପାରେ ଏବଂ ହଜମ ପ୍ରକ୍ରିୟାକୁ ବାଧା ଦେଇପାରେ ।
ହୃଦସ୍ପନ୍ଦନ ହ୍ରାସ କରେ
ଥଣ୍ଡା ପାଣି ପିଇବା ଦ୍ୱାରା ହୃଦସ୍ପନ୍ଦନ ଗତି କମ ହୋଇଥାଏ। ଦିନ ସାରା ଥଣ୍ଡା ପାଣି ପିଇବା ଦ୍ୱାରା ବେଗସ ନର୍ଭ ଉପରେ ପ୍ରଭାବ ପଡିଥାଏ। ଏହା ଏପରି ଏକ ନର୍ଭ ଯାହା ଶରୀରର ସମସ୍ତ ସ୍ୱେଚ୍ଛାକୃତ କାର୍ଯ୍ୟ କରିଥାଏ।
ଗଳାରେ ଯନ୍ତ୍ରଣା ହେବାର କାରଣ ଥଣ୍ଡାପାଣି
ଥଣ୍ଡା ପାଣି ପିଇବାର ଏକ ସ୍ପଷ୍ଟ ପରିଣାମ ହେଉଛି ଏହା ଗଳା କୁଣ୍ଡେଇ ଏବଂ କାଶର କାରଣ ହୋଇଥାଏ । ଏଥିସହିତ ଥଣ୍ଡା ପାଣି ଶ୍ୱାସ ମଧ୍ୟ ସୃଷ୍ଟି କରିଥାଏ। ଯାହାଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ। କାଶ, ଥଣ୍ଡା ଏବଂ ଗଳା ଯନ୍ତ୍ରଣା ହୋଇପାରେ।
ମୁଣ୍ଡବିନ୍ଧାର କାରଣ
ବାହାରୁ ଆସିବା ପରେ ହଠାତ୍ ଫ୍ରିଜ୍ ଖୋଲି ଥଣ୍ଡାପାଣି ପିଇବା ଦ୍ୱାରା ମେରୁଦଣ୍ଡରେ ଥିବା ସ୍ନାୟୁ ଥଣ୍ଡା ହୋଇପାରେ, ଯାହାଦ୍ୱାରା ମସ୍ତିସ୍କ ପ୍ରଭାବିତ ହୋଇଥାଏ। ମୁଣ୍ଡବିନ୍ଧା ହୋଇଥାଏ। କିଛି ବ୍ୟକ୍ତିମାନଙ୍କର ସାଇନସ ସମସ୍ୟା ବଢି ଯାଇଥାଏ।
ଓଜନ ବଢାଇଥାଏ
ଥଣ୍ଡା ପାଣି ଶରୀରରେ ଚର୍ବି ସୃଷ୍ଟି କକରିଥଏ। ଯାହାଦ୍ୱାରା ପେଟ ବଢିଥାଏ। ରେଫ୍ରିଜରେଟର ପାଣି ପିଇବା ଦ୍ୱାରା ଶରୀରର ଚର୍ବିକୁ ଦୃଢ କରିଥାଏ ଏବଂ ଓଜନ ହ୍ରାସକୁ ରୋକିଥାଏ।
ଯେଉଁମାନଙ୍କ ଥଣ୍ଡା ପାଣି ପିଇବା ଅଭ୍ୟାସ ତେବେ ଏ ଭିଡିଓ ଦେଖି ନିଶ୍ଚୟ ସଚେତନ ହେଇଯାଅନ୍ତୁ କାରଣ ଥଣ୍ଡା ପାଣି ଶୀରର ପାଇଁ ବହୁତ ସାଙ୍ଘାତିକ ।
ଅଧିକ ଦେଖନ୍ତୁ :