ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ସେପଟେ ବିଜେପି ମିଛ କହୁଥିବା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା। ରାଜନୀତିରେ ଜୟ ପରାଜୟ ଲାଗି ରହେ । ଜୟରେ ବହୁତ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ । ପୂର୍ବରୁ ବିଜେପି ବହୁତ ଥର ହାରିଛି, ଦେଶରେ 2ଟି ଲୋକସଭା ଆସନ ଥିଲା, ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ । କିନ୍ତୁ ଏବେ ଓଡ଼ିଆ ଲୋକଙ୍କ ଆଶୀର୍ବାଦରେ ସେବା କରିବାର ସୁଯୋଗ ମିଳିଛି । ଲୋକ ମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି, ଯାହାକୁ ସେବା କରିବାର ଭୂମିକା ଦେଇଛନ୍ତି, ସେ ସେବା କରୁ । ଯାହାକୁ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଦାୟିତ୍ଵ ଦେଇଛନ୍ତି, ସେ ତାକୁ ପାଳନ କରନ୍ତୁ । ବାକି ଲୋକ ବିଚାର କରିବେ ।
ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଦିନ ଗଡୁଛି , ବଢୁଛି ଯୁଦ୍ଧ । ହିଜବୁଲ୍ଲା ଉପରେ ଆକ୍ରମଣ ଆହୁରି ଜୋର କରିଛି ଇସ୍ରାଏଲ୍ । ବିରୁଟ୍ ଉପରେ ବୋମା ମାଡ ଜାରି ରହିଛି । ଇରାନ୍ର ସୁପ୍ରିମ ଲିଡର୍ ଖୋମିନୀଙ୍କ ଧମକ ପରେ ୟମନ୍ ଉପରେ ବୋମା ମାଡ କରିଛନ୍ତି ଆମେରିକା ଏବଂ ବ୍ରିଟେନ୍ । ଏହା ସହିତ ଟାର୍ଗେଟରେ ରହିଛି ଇରାନର ପରମାଣୁ କେନ୍ଦ୍ର ।
ୟୁରାନିଅମ୍ ଖଣି, ସାମରିକ ଘାଟିକୁ ଧ୍ୱଂସ କରିବାକୁ ଯୋଜନା କରିଛି ଆଇଡିଏଫ । ଇରାନ୍ ୨୦୦ରୁ ଅଧିକ ରକେଟ୍ ମାଡ଼ କରିବା ପରେ ରକ୍ତମୁଖା ହୋଇପଡିଛି ଇସ୍ରାଏଲ । ଏହାରି ଭିତରେ ଇରାନ୍ ବିରୋଧରେ ଇସ୍ରାଏଲର ଏହା ସଠିକ୍ ଆକ୍ସନ ହେବ ବୋଲି କହିଛନ୍ତି ରିପବ୍ଲିକାନ୍ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ସେପଟେ ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଟିତ ହୋଇଛି । ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ଏହି ବୈଠକରେ ଭାରତ ଉପରେ ଯୁଦ୍ଧର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯୁଦ୍ଧ ଯୋଗୁଁ ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହୋଇପାର । ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ପାଇଲେ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିବ । ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତିକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି ।
ଏହା ଯେମିତି ଭୟଙ୍କର ରୂପ ନ ନିଏ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର । ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ ।
ଆହୁରି ପଢନ୍ତୁ ବିଦେଶ ଖବର...
ବଲାଙ୍ଗୀର: ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ।
ପୁଲିସ ଦେଇଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନାରେ ଜଣେ ଯୁବତୀ ଲିଖିତ ଅଭିଯୋଗ କରିଥିଲେ ରେ ଜଣେ ପରିଚୟ ଥିବା ଯୁବକ ବଲାଙ୍ଗୀର ସଦର ଥାନା ଅଞ୍ଚଳର ଗରଜଲ ଗାଁର ଶମ୍ଭୁ ପ୍ରଧାନ ତାଙ୍କ ମୋବାଇଲର ମେମୋରୀ କାର୍ଡଟିକୁ ଚୋରି କରି ନେଇଯାଇଥିଲେ । ତେବେ କିଛି ବର୍ଷ ହେଲା ଏହି ଚୋରୀ କରିଥିଲା ଶମ୍ଭୁ । ପରେ କିଛି ଦିନ ପରେ ଏକ ଫେକ ଫେସବୁକ ଆକାଉଣ୍ଟ ରେ ଯୁବତୀଙ୍କ ଫୋଟୋ ପୋଷ୍ଟ କରିବା ସହ ଭାଇରାଲ୍ କରିଥିବା ଅଭିଯୋଗ ରେ ଦର୍ଶାଇଥିଲେ ।
ତେବେ ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କିର ଶିଘ୍ର ଯୁବକକୁ ଖୋଜିବାରେ ଲାଗିଥିଲ।। ତେବେ ଆଜି ହିଁ ଯୂବକ ଶମ୍ଭୁ କୁ ଗିରଫ କରିବାରେ କଂଟାବାଞ୍ଜି ପୁଲିସ ସଫଳ ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...