ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ମାଲକାନଗିରି ମୋଟୁରେ ୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ପଛରେ କାହାର ହାତ । ଜମି ଜବରଦଖଲରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ମାସୁମ୍ ଖାନ୍ଙ୍କୁ ସୁରକ୍ଷା ଦେଉଥିଲା କିଏ । ପ୍ରଶ୍ନ ଉଠୁଛି, କାହା ଛତ୍ରଛାୟାରେ ସରକାରୀ ଜମି ଜବରଦଖଲ କରିଥିଲେ ମାସୁମ୍ ଖାନ୍ । ଇସଲାମ୍ ନଗରରେ ଚାଲିଥିଲା କି ଅନୈତିକ କାମ । ବେଆଇନ କାମ ପାଇଁ କିଏ ଦେଉଥିଲା ପ୍ରୋତ୍ସାହନ । ପୂର୍ବ ସରକାରରେ ବିଜେଡି ନେତାଙ୍କ ଛତ୍ରଛାୟାରେ ଥିଲେ କି ମାସୁମ୍ । ମାସୁମଙ୍କ ଜାଲିମ୍ କାମ ନେଇ କିଭଳି ଜାଣିପାରିଲାନି ପୋଲିସ-ପ୍ରଶାସନ । କେବେ ବେଆଇନ ନିର୍ମାଣ ଉପରେ ଚାଲିବ ବୁଲଡୋଜର । କେବେ ଜବରଦଖଲ ଜମିକୁ ନିଜ ଅକ୍ତିଆରକୁ ନେବ ପ୍ରଶାସନ ଏବେ ବଡ଼ ପ୍ରଶ୍ନ । ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମିକୁ ଜବରଦଖଲ କରିଥିବା ମାସୁମ୍ ଖାନ୍ ନାଁରେ ଆସିଛି ଅଭିଯୋଗ । ସଂରକ୍ଷିତ ଜଙ୍ଗଲକୁ ବେଆଇନ କବଜା କରି ରାସ୍ତା, ବଡ଼ ବଡ଼ ପୋଖରୀ, କୋଠା ଓ ଗୋଦାମ ଘର ନିର୍ମାଣ ହୋଇଛି । ପୁରା ଏରିଆକୁ ତାର ବାଡ଼ ଘେରାଇ କରାଯାଇଛି ନିଷିଦ୍ଧାଞ୍ଚଳ ।
ଅଧିକ ପଢନ୍ତୁ ଓଡିଶା ଖବର...
ବଲାଙ୍ଗୀର: ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ।
ପୁଲିସ ଦେଇଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନାରେ ଜଣେ ଯୁବତୀ ଲିଖିତ ଅଭିଯୋଗ କରିଥିଲେ ରେ ଜଣେ ପରିଚୟ ଥିବା ଯୁବକ ବଲାଙ୍ଗୀର ସଦର ଥାନା ଅଞ୍ଚଳର ଗରଜଲ ଗାଁର ଶମ୍ଭୁ ପ୍ରଧାନ ତାଙ୍କ ମୋବାଇଲର ମେମୋରୀ କାର୍ଡଟିକୁ ଚୋରି କରି ନେଇଯାଇଥିଲେ । ତେବେ କିଛି ବର୍ଷ ହେଲା ଏହି ଚୋରୀ କରିଥିଲା ଶମ୍ଭୁ । ପରେ କିଛି ଦିନ ପରେ ଏକ ଫେକ ଫେସବୁକ ଆକାଉଣ୍ଟ ରେ ଯୁବତୀଙ୍କ ଫୋଟୋ ପୋଷ୍ଟ କରିବା ସହ ଭାଇରାଲ୍ କରିଥିବା ଅଭିଯୋଗ ରେ ଦର୍ଶାଇଥିଲେ ।
ତେବେ ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କିର ଶିଘ୍ର ଯୁବକକୁ ଖୋଜିବାରେ ଲାଗିଥିଲ।। ତେବେ ଆଜି ହିଁ ଯୂବକ ଶମ୍ଭୁ କୁ ଗିରଫ କରିବାରେ କଂଟାବାଞ୍ଜି ପୁଲିସ ସଫଳ ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ କରିବେ ଡିଏସ୍ପି ରଜତ କୁମାର ରାୟ । ପୂର୍ବରୁ ଘଟଣାରେ ଗୋଛାପଡ଼ା ଥାନାର SI, ହାବିଲଦାର ନିଲମ୍ବିତ ହୋଇଛନ୍ତି । ଅବହେଳା ପାଇଁ 3 ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଗତ 28 ତାରିଖରେ ଘାଟି ତଳୁ ଯୁବକ ଜେଷ୍ଠ ବଣ୍ଡକୀଙ୍କ ମୃତଦେହ ମିଳିଥିଲା । ପୋଲିସ ପିଟିପିଟି ମାରିବା ପରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟିର ପ୍ରସ୍ତାବ। ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା କର। 10 ତାରିଖ ଭିତରେ ବ୍ୟବସ୍ଥା କରିବାକୁ ସିଏମସି, ଜିଲ୍ଲା ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଟ୍ରାଫିକ ପରିଚାଳନା ପାଇଁ ଡିସିପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ସର୍ବଧର୍ମ ସାଧାରଣ ପରିଷଦ ପକ୍ଷରୁ ଆଗତ ଇଣ୍ଟରଭେନିଂ ପିଟିସନର ଶୁଣାଣି କରି ନିର୍ଦ୍ଦେଶ।
ଅଧିକ ପଢ଼ନ୍ତୁ ଓଡିଶା ଖବର: