ଅଧିକ ପଢନ୍ତୁ : ଏନ୍କାଉଣ୍ଟରରେ ଟଳିଲେ 30 ହାର୍ଡକୋର ମାଓବାଦୀ
ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ସୁରକ୍ଷା କର୍ମୀ । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । କିଛିଦିନ ତଳେ ରାୟପୁରରେ ମାଓ ଦମନ ନେଇ ବୈଠକ କରିଥିଲେ ଶାହ । ମାଓବାଦୀଙ୍କୁ ମୂଳପୋଛ କରିବାକୁ ଶାହ ଦେଇଥିଲେ ଟାର୍ଗେଟ୍ ।
କେବଳ ଛତିଶଗଡ଼ ନୁହଁ, ଦିନ ଥିଲା ଓଡ଼ିଶାର ଅନେକ ମାଓ ପ୍ରବଣ ଜିଲ୍ଲାରେ ନିଜର ସ୍ଥିତି ଜାହିର କରୁଥିଲେ ଲାଲ୍ ବାହିନୀ । 2008 ଫେବ୍ରଆରୀରେ ନୟାଗଡରେ ମାଓ ହମଲା। ଯେଉଁଥିରେ 15ରୁ ଅଧିକ ପୋଲିସ ସହିଦ ହୋଇଥିଲେ। ସେହିବର୍ଷ ମାଲକାନଗିରି ବାଲିମେଳାରେ ମାଓବାଦୀଙ୍କ ଗୁଳିରେ 35ରୁ ଅଧିକ ସୁରକ୍ଷାକର୍ମୀଙ୍କ ଜୀବନ ଯାଇଥିଲା। ତାର କିଛି ଦିନ ପରେ ସେହି ମାଲକାନଗିରିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ 21 ପୋଲିସ ସହିଦ ହୋଇଥିଲେ। ବିଭିନ୍ନ ସମୟରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଥିଲା। ଏବେ ସମୟ ବଦଳିଛି, ଅଞ୍ଚଳ ହୋଇଛି ମାଓ ମୁକ୍ତ । ସୁରକ୍ଷାକର୍ମୀଙ୍କ ଅନବରତ ପ୍ରହାର ଲୋକଙ୍କୁ ଦେଉଛି ସୁରକ୍ଷା ।