ଆରପାର୍ ଲଢେଇ...ଜୋରଦାର ଲଢେଇ । ପଦ୍ମ VS. ଶଙ୍ଖ...ଫେସ ଟୁ ଫେସ । କୌଣସି ଦ୍ଵନ୍ଦ ନାହିଁ ବିଜେଡି ସହ ହେଉଛି ମୁହାଁମୁହିଁ ଲଢେଇ । ଓଡିଆ ଭାଷା, ସଂସ୍କୃତି, ଗର୍ବ ଓ ଅସ୍ମିତାର ରକ୍ଷା ପାଇଁ ବିଜେପି ଲଢୁ, ଏହା ଓଡିଶାବାସୀଙ୍କ ଇଚ୍ଛା । ଜାତୀୟ ଗଣ ମାଧ୍ୟମରେ ଶାହଙ୍କ ଏଭଳି କଡା ଆଭିମୁଖ୍ୟ ପରେ ରାଜ୍ୟ ରାଜନୀତିରେ ବଡ ହଲଚଲ । ତେବେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ସରକାର ପୋଡା ଟ୍ରାନ୍ସଫର୍ମରକୁ ଓପାଡି ଫୋପାଡି ଦେବା ପାଇଁ ଆହ୍ଵାନ କରିଥିଲେ ଅମିତ ଶାହ । ଓଡିଶା ଗସ୍ତରେ ଆସି ବରଗଡ ସାଧାରଣ ସଭାରେ ଏଭଳି କଡା ବୟାନ ଦେଇଥିଲେ ଶାହ ।
ଓଡିଶା ସରକାରଙ୍କ ଟ୍ରାନ୍ସଫର୍ମର ପୋଡି ଯାଇଛି । ତେଣୁ ଏହି ପୋଡା ଟ୍ରାନ୍ସଫର୍ମରକୁ ନବଦଳାଇ ଓପାଡିକି ଫୋପାଡି ଦେବା ପାଇଁ ଆହ୍ଵାନ କରିଥିଲେ ଅମିତ ଶାହ । ୨୪ ଲଢେଇ ପାଇଁ ସଂକଳ୍ପ ବଦ୍ଧ ବିଜେପି । ଦେଶରେ ମୋଦିଙ୍କ ନେତୃତ୍ଵରେ ବିଜେପି ଶାସିତ ରାଜ୍ୟ ଗୁଡିକରେ ବିକାଶର ଗତି ହୋଇଛି ବହୁ ଗୁଣିତ । ତେଣୁ ମୋଦିଙ୍କ ନେତୃତ୍ଵରେ ଓଡିଶା ବିକାଶର ଦାୟୀତ୍ଵ ମଧ୍ୟ ରାଜ୍ୟ ବାସୀ ଆମକୁ ଦିଅନ୍ତୁ ବୋଲି ଅପିଲ୍ କରିଛନ୍ତି ଅମିତ ଶାହ । ତେବେ ଶାହଙ୍କ ସ୍ପଷ୍ଟୋକ୍ତି ପରେ ବିଜେପି ମନୋବଳ ଆହୁରି ବଢିଛି । ଦଳ କହିଛି, ଓଡିଶାରେ ବିଜେଡି ଦୁର୍ବଳ । ସେମାନେ ସରକାରରୁ ଯାଉଛନ୍ତି ଏବଂ ବିଜେପି ଓଡିଶାରେ ସରକାର କରିବ । ତେଣୁ ବଞ୍ଚିବା ପାଇଁ ସେମାନେ ମେଣ୍ଟ କରିବାକୁ ଦିଲ୍ଲୀରେ ଯାଇ ପହଞ୍ଚିଥିଲେ । ଓଡିଆ ନାଁରେ ଅଣ ଓଡିଆ ଶାସନ କରୁଛନ୍ତି । ଓଡିଆ ଅସ୍ମିତା ଏବଂ ଓଡିଆତ୍ଵ, ଓଡିଆର ରକ୍ଷା ପାଇଁ ଲଢେଇ ଜୋରଦାର ହେବ ।
ସେପଟେ ବିଜେଡିକୁ ନେଇ ଶାହଙ୍କ କଡା ଆଭୁିମୁଖ୍ୟ ଦ୍ଵାରା ଓଡିଶା ରାଜନୀତିରେ ବଡ ପରିବର୍ତ୍ତନ ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ ବିଶ୍ଳେଷକ ।
୧୯ ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଥିଲା ୩୮ ପ୍ରତିଶତ ଭୋଟ ଏବଂ ବିଜେଡି ପାଇଥିଲା ୪୪ ପ୍ରତିଶତ ଭୋଟ । ଉଭୟ ଦଳ ମଧ୍ୟରେ ୪ ପ୍ରତିଶତ ଅର୍ଥାତ ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ ଥିଲା । ତେଣୁ ଏଥର ବିଜେଡି ସରକାର ବିରୋଧରେ ଥିବା ଆଣ୍ଟି ଇନକମ୍ବାନ୍ସି ଏବଂ ମୋଦି ଗ୍ୟାରେଣ୍ଟି ପ୍ରତି ବଢୁଥିବା ଓଡିଶାବାସୀଙ୍କ ଭରଷା ବିଜେପିକୁ ସଫଳତା ଦେବ ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର