ଅର୍ଗସ ବ୍ୟୁରୋ:ଆମେରିକା ହ୍ୟୁଷ୍ଟନରେ ଅଦିନିଆ ରଥଯାତ୍ରା ଆୟୋଜନ କରି ଅଡୁଆରେ ଇସ୍କନ। ଅଦିନିଆ ରଥଯାତ୍ରାକୁ ବାରଣ ସହ ଗଜପତିଙ୍କ ଚିଠି ପରେ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ,କହିଲେ, ଖ୍ୟାତି ଅର୍ଜନ ପାଇଁ ଜାଣିଶୁଣି ବିଧିର କରାଯାଉଛି ଉଲ୍ଲଂଘନ। ସେପଟେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟାରେ କହିଛନ୍ତି ମହାପ୍ରଭୁଙ୍କ ରୀତିନୀତିରେ ବିଚ୍ୟୁତି ନ ହେଉ, ଗୁରୁତ୍ବ ଦେଉଛନ୍ତି ସରକାର। ଇସ୍କନର ଅଦିନିଆ ରଥଯାତ୍ରାକୁ ଜଗନ୍ନାଥପ୍ରେମୀଙ୍କ ସହ ପ୍ରବାସୀ ଓଡ଼ିଆ ମଧ୍ୟ ବିରୋଧ କରିଛନ୍ତି
ଅର୍ଗସ ବ୍ୟୁରୋ: ଖୋଲା ଆକାଶ ତଳେ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ। ବୃହତ ଶସ୍ୟ ଗୋଦାମ ଯୋଜନାରେ ସାମିଲ ହୋଇଛି ରାଜ୍ୟର 58ଟି ପେକ୍ସ ଓ ଲ୍ୟାମ୍ପ୍ସ। ଏଥିପାଇଁ 107 କୋଟି ଟଙ୍କାର ଅନୁମୋଦନ କରିଛନ୍ତି ସରକାର। ସର୍ବନିମ୍ନ 500 ମେଟ୍ରିକ୍ ଟନରୁ 2500 ମେଟ୍ରିକ୍ ଟନ ପର୍ଯ୍ୟନ୍ତ ଏହି ପେକ୍ସ ଗୁଡ଼ିକର କ୍ଷମତା ରହିବ। ସେହିପରି ପଶ୍ଚିମ ଓଡ଼ିଶାର 7 ଜିଲ୍ଲାରେ 24ଟି ପେକ୍ସରେ ବିଶ୍ବର ଏହି ବୃହତ ଶସ୍ୟ ଗୋଦାମ ଯୋଜନା କାର୍ଯ୍ୟକାରୀ ହେବ।
ଏହି ପେକ୍ସ ଗୁଡ଼ିକରେ ଗୋଦାମ ଗୃହ ନିର୍ମାଣ ହେବାସହ ୱେର ହାଉସ, ଡ୍ରେନଜ, ପାଚେରୀ, ରାସ୍ତା ଆଦି ସମସ୍ତ ବ୍ୟବସ୍ଥା କରାଯିବ। ପୂର୍ବ ସରକାରର 24 ବର୍ଷର ଶାସନ ପରେ ମଧ୍ୟ ଶସ୍ୟ ସଂରକ୍ଷଣ ପାଇଁ ନା ରହିଛି ବ୍ୟାପକ ବ୍ୟବସ୍ଥା ନା ସୁଦୃଢ ଅଛି ଭିତ୍ତିଭୂମି। ଗୋଦାମ ଗୃହ ନଥିବାରୁ ଚାଷୀ ଶୋଷଣର ଶିକାର ହେଉଛନ୍ତି। ରାଜ୍ୟରେ ବିଭିନ୍ନ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ପାଇଁ ଗୋଦାମ ଗୃହର ଆବଶ୍ୟକତା ବଢ଼ୁଥିବା ବେଳେ ଚାଷୀଙ୍କ ଦୁଃଖ ବୁଝିପାରି ଡବଲଇଞ୍ଜିନ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...
ବ୍ରହ୍ମପୁର: କ୍ଷମତାରୁ ଗଲା ପରେ ଦୁର୍ବଳ ହେଉଛି ବିଜେଡି । ନବୀନ ପଟ୍ଟନାୟକ କ୍ଷମତାରେ ଥିବାରୁ ତାଙ୍କୁ ମିଳୁଥିଲା ଜନ ସମର୍ଥନ। ଯେଉଁଠି ଜନ ସମର୍ଥନ ମିଳୁଥିଲା ସେଠି ତାଙ୍କ ନେତୃତ୍ବକୁ ପ୍ରତିନିଧି ମାନେ ମାନୁନାହାନ୍ତି । ଯେଉଁଠି ସେ ନେତୃତ୍ବ ନେଉଥିଲେ ସେଠାରେ ସୃଷ୍ଟି ହେଉଛି ବିବାଦ । କ୍ଷମତାରୁ ଗଲା ପରେ ହିଞ୍ଜିଳି ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି ।
ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କୁ ବିରୋଧ । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମିଟିଂକୁ ଆସି ନଥିଲେ । ତେଣୁ ଚର୍ଚ୍ଚା ହେଉଛି ଲୋକମାନେ ବିଜେଡି ସହ ନଥିଲେ । କ୍ଷମତାରେ ଥିବାରୁ ତାଙ୍କୁ ସେତେବେଳେ ମିଳୁଥିଲା ସମର୍ଥନ । ଆଉ କ୍ଷମତାରୁ ହଟିବା ପରେ ଗ୍ରାଉଣ୍ଡରେ ତାର ଚିତ୍ର ସ୍ପଷ୍ଟ ଦେଖାଦେଉଛି ।
ଆହୁରି ପଢନ୍ତୁ ରାଜନୀତି ଖବର...