ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଜମ୍ମୁ ଓ କଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି। ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ୪୦ଟି ବିଧାନସଭା ଆସନରେ ହେବ ମତଦାନ। ଜମ୍ମୁ, ସାମ୍ବା, କଠୁଆର ୨୪ଟି ଏବଂ କୁପାୱାଡ଼ା, ବାରାମୂଳା ଓ ବନ୍ଦିପୁରା ଜିଲ୍ଲାର ୧୬ଟି ଆଶନରେ ହେବ ଭୋଟିଂ। ଏଥିପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ଗସ୍ତ କରୁଥିବା ବେଳେ ଏସମସ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ଭୋଟର ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ନିର୍ଯାତନା ମାମଲା... ଗୁଜରାଟରେ କ୍ରାଇମବ୍ରାଞ୍ଚ ଟିମ୍... ଆଜି ହେବ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ସସପେଣ୍ଡ୍ ପୋଲିସ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ... ଦୀନକୃଷ୍ଣଙ୍କ ବ୍ରେନ ମ୍ୟାପିଂ ସହ ହେବ ନାର୍କୋ ଟେଷ୍ଟ...
୨- ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ପରେ ଅଶାନ୍ତ ହୋଇଥିବା ଭଦ୍ରକ ଏବେ ଶାନ୍ତ ପଡ଼ିଛି । ଦେଖା ଦେଇଥିବା ତୀବ୍ର ଉତ୍ତେଜନା ଏବେ ନିୟନ୍ତ୍ରଣରେ ରହିଛି...ତେବେ ଶାନ୍ତି, ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକରେ ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏବଂ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୁତୟନ କରାଯାଇଛି....ଏହାସହ BNSSର ୧୬୩ ଧାରା ବଳବତ୍ତର ରହିଛି ।
୩- ଭବାନୀପାଟଣା ବିନାୟକ କଲେଜରେ ଅଘଟଣ....ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଚାରି ମହଲା ଉପରୁ ସହପାଠୀ ଠେଲି ଦେଇଥିବା ଅଭିଯୋଗ......ଗୁରୁତର ଛାତ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
୪- ଆଜିଠାରୁ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଓ କାଲି ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ....ଆଜି ପଶ୍ଚିମ ସିଂଭୂମର ଜଗନ୍ନାଥପୁର ଯିବେ ସିଏମ। ଝାଡ଼ଖଣ୍ଡରେ ଥିବା ଓଡ଼ିଆଙ୍କୁ ଭେଟିବେ ମୋହନ
୫- ଜାମ୍ମୁ କାଶ୍ମୀରରେ ସରିଲା ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର...ଅକ୍ଟୋବର 1ରେ 40ଟି ଆସନରେ ହେବ ମତଦାନ... 415 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪୦ ଲକ୍ଷ ଭୋଟର... ସମସ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
୬- ବିହାରରେ ୪ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି.....କର୍ତ୍ତୃପକ୍ଷ ବନ୍ୟା ସତର୍କ ସୂଚନା ଜାରି କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି...୧୩ଟି ଜିଲ୍ଲାର ୧୬ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି.....ବନ୍ୟା ପ୍ରଭାବିତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବା ସହ ନଦୀବନ୍ଧଗୁଡ଼ିକ ଉପରେ ସତର୍କ ନଜର ରଖାଯାଇଛି
୭- ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍: ୩୭ ଆତଙ୍କବାଦୀ ନିହତ.....ସେମାନେ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ଏବଂ ଅଲ୍କାଏଦା ସହ ସମ୍ପୃକ୍ତ ଗ୍ରୁପ୍ ଦ୍ୱାରା ଆତଙ୍କବାଦୀ ଭାବେ ସ୍ବୀକୃତି ପାଇଥିଲେ ବୋଲି ଆମେରିକା ସେନା କହିଛି
୮- ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ......ଟ୍ବିଟ କରି ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
୯- ଭାରତ ବିପକ୍ଷରେ ବାଂଲାଦେଶ ଟି-୨୦ ଦଳ ଘୋଷିତ, ଶାକିବ ଆଉଟ୍,ମେହଦି ହସନ ମିରାଜ ଇନ.....ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ ତାରିଖରେ ଗ୍ଵାଲିୟରରେ ଖେଳାଯିବ..... ସେହିପରି ଦ୍ଵିତୀୟ ମ୍ୟାଚ୍ ଅକ୍ଟୋବର ୯ ତାରିଖ ନୂଆଦିଲ୍ଲୀ ଓ ତୃତୀୟ ମ୍ୟାଚ୍ ଅକ୍ଟୋବର ୧୨ ତାରିଖରେ ହାଇଦ୍ରାବାଦରେ ଖେଳାଯିବ
୧୦- ଅକ୍ଟୋବର ୬ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ... ପ୍ରଭାବରେ ୪ ଓ ୫ ତାରିଖରୁ ସାରା ରାଜ୍ୟରେ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ... ବର୍ଷାରେ ଭିଜିପାରେ ପାର୍ବଣ
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର