ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କୋଲକାତାର ବାଇପାସ ବିଶ୍ବବାଂଲା ମେଳା ପ୍ରାଙ୍ଗଣରେ ଚାଲିଥିବା ୩ ଦିନର ରେଫ୍କୋଲ୍ଡ ଇଣ୍ଡିଆ ୨୪ ମେଳା ଉଦ୍ଯାପିତ ହୋଇଯାଇଛି। ଗୁରୁବାର ଏସିଆ ମହାଦେଶର ସର୍ବବୃହତ୍ତ ଏହି ମେଳାରେ ବଜାର ଚାହିଦା ଅନୁସାରେ ଆଡଭାନ୍ସ କୋଲ୍ଡ ଚେନ୍ ସଲ୍ୟୁସନ ଏହାର ଉଦ୍ଦେଶ୍ୟ ଥିଲା । ଏହି ମେଳାକୁ ଓଡିଶା ସରକାର ଓଡିଶାର ୪୦ ଜଣ ପ୍ରତିନିଧିଙ୍କୁ ପଠାଇଥିଲେ। ଖାଦ୍ୟ ସଂରକ୍ଷଣରେ ନୂତନ କୋଲ୍ଡ ଷ୍ଟୋରେଜ ପଦ୍ଧତି, ଯନ୍ତ୍ରପାତି ଦେଖିଲେ। ମେଳାର ଶେଷ ଦିନ ଓଡିଶାର ଉଦ୍ୟାନ, ଏସ୍ସି ଆଣ୍ଡ ଡବ୍ଲୁଡି ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ ସହ ତାଙ୍କ ଅଫିସଆଲ ଟିମ, ଓଡିଶା କୋଲ୍ଡ ଷ୍ଟୋରେଜ ଆସୋସିଏସନ ସଭାପତି ଜନାର୍ଦ୍ଦନ ସାହୁଙ୍କ ନେତୃତ୍ବରେ ତାଙ୍କ ଟିମ୍ ତିନି ଦିନ ଥିଲେ। ଓଡିଶାରେ କୋଲ୍ଡ ଷ୍ଟୋର ପ୍ରତିଷ୍ଠା । ନବୀକରଣ ନେଇ ସେ ଉତ୍ସାହିତ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଜୋର ହେଉଛି ମାଓ ବିରୋଧୀ ଅଭିଯାନ । କେନ୍ଦ୍ର ଗୃହ ଅମିତ ଶାହ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହି ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବେ। ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ସମସ୍ୟାର ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ । ଗତକାଲି ଛତିଶଗଡ଼ରେ ୩୧ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିଲା । ଏହାସହ ବହୁ ମାରଣାସ୍ତ୍ର ବି ଜବତ କରିଥିଲେ ସୁରକ୍ଷା ବାହିନୀ । ଦିନକୁ ଦିନ ମାଓ ବିରୋଧୀ ଅପରେସନକୁ ଜୋରଦାର କରୁଛନ୍ତି ସୁରକ୍ଷା ବଳ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
ଯାଜପୁର: ଗର୍ଭବତୀଙ୍କୁ ଦିଆଯାଇଛି ଏକ୍ସପାଇରୀ ମେଡିସିନ୍ । ଦୁଇ ମାସ ପୂର୍ଵରୁ ଔଷଧଗୁଡିକ ଏକ୍ସପାଇରୀ ହୋଇସାରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଘଣ୍ଟିଆଳି ପଞ୍ଚାୟତ ଲେଙ୍କାସାହି ଗାଁରେ । ଅଭିଯୋଗ ଅନୁଯାୟୀ, କୃଷ୍ଣଚନ୍ଦ୍ର ନାଥଶର୍ମାଙ୍କ ସ୍ତ୍ରୀ ସୁଭଦ୍ରା ନାଥଶର୍ମା ଛଅ ମାସର ଗର୍ଭବତୀ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ଔଷଧ ସେବନ କରୁଛନ୍ତି ।
କିନ୍ତୁ ଦୁଇ ମାସ ପୂର୍ବରୁ ଏସ୍ପାଇରୀ ହୋଇଯାଇଥିବା ଔଷଧ ଖାଇବାକୁ ଦେଇଛନ୍ତି ସ୍ଥାନୀୟ ଆଶାକର୍ମୀ । ଔଷଧଗୁଡିକୁ ଖୋଲିଲା ପରେ ଔଷଧଗୁଡିକ ଫାଟି ଯାଇଥିବା ଦେଖି ସନ୍ଦେହ ହୋଇଥିଲା । ମେଡିସିନ୍ ଖୋଳ ଉପରେ ଲେଖାଥିବା ତାରିଖ ଦେଖିଲା ପରେ ଜଣା ପଡିଥିଲା କି ଔଷଧଗୁଡିକ ଏକ୍ସପାଇରୀ ହୋଇଯାଇଛି । ଏନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର