ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭବାନୀ ପାଟଣାରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଡିଏଫଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜାରିଂ ନର୍ସରୀରେ ଚାରା ଦୁର୍ନୀତି, ଓ ପିସି କାରବାରକୁ ନେଇ ଫରେଷ୍ଟର ସଞ୍ଜୟ ନାୟକଙ୍କୁ ଡିଏଫଓ ଦେବେନ୍ଦ୍ର ବେହେରା ବାରମ୍ବାର ପିସି ମାଗିବା ସହିତ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏକ ହାତ ଲେଖା ସୁଇସାଇଡ଼ ନୋଟ ଛାଡି ଯାଇଥିଲେ ସଞ୍ଜୟ । ଭବାନୀପାଟଣା ସ୍ଥିତ ନିଜ ସରକାରୀ ବାସ ଭବନରେ ସଞ୍ଜୟଙ୍କ ଆତ୍ମହତ୍ୟା ଘଟଣାକୁ ନେଇ,ବିଭାଗ ପକ୍ଷରୁ ଆଜି ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଭବାନୀପାଟଣା ପୋଲିସ ତାଙ୍କୁ ଜେରା କରୁଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଯାଜପୁର: ଗର୍ଭବତୀଙ୍କୁ ଦିଆଯାଇଛି ଏକ୍ସପାଇରୀ ମେଡିସିନ୍ । ଦୁଇ ମାସ ପୂର୍ଵରୁ ଔଷଧଗୁଡିକ ଏକ୍ସପାଇରୀ ହୋଇସାରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଘଣ୍ଟିଆଳି ପଞ୍ଚାୟତ ଲେଙ୍କାସାହି ଗାଁରେ । ଅଭିଯୋଗ ଅନୁଯାୟୀ, କୃଷ୍ଣଚନ୍ଦ୍ର ନାଥଶର୍ମାଙ୍କ ସ୍ତ୍ରୀ ସୁଭଦ୍ରା ନାଥଶର୍ମା ଛଅ ମାସର ଗର୍ଭବତୀ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ଔଷଧ ସେବନ କରୁଛନ୍ତି ।
କିନ୍ତୁ ଦୁଇ ମାସ ପୂର୍ବରୁ ଏସ୍ପାଇରୀ ହୋଇଯାଇଥିବା ଔଷଧ ଖାଇବାକୁ ଦେଇଛନ୍ତି ସ୍ଥାନୀୟ ଆଶାକର୍ମୀ । ଔଷଧଗୁଡିକୁ ଖୋଲିଲା ପରେ ଔଷଧଗୁଡିକ ଫାଟି ଯାଇଥିବା ଦେଖି ସନ୍ଦେହ ହୋଇଥିଲା । ମେଡିସିନ୍ ଖୋଳ ଉପରେ ଲେଖାଥିବା ତାରିଖ ଦେଖିଲା ପରେ ଜଣା ପଡିଥିଲା କି ଔଷଧଗୁଡିକ ଏକ୍ସପାଇରୀ ହୋଇଯାଇଛି । ଏନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି ଘଟଣାରେ ଚଢେଇଗାଁର ଅଭିଯୁକ୍ତଙ୍କ ଘରେ ପୋଲିସ ଚଢ଼ାଉ । ଚଢ଼ାଉ କରି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ ଜବତ । ଗତ ମାସ 20 ତାରିଖରେ ନାଉଗାଁ ଥାନା ଅଞ୍ଚଳର ତୁମ୍ବେଶ୍ବର ମନ୍ଦିରରୁ ମୂର୍ତ୍ତି ଶିବଲିଙ୍ଗ ଓ ଜଗତସିଂହପୁର ଥାନା ଅଞ୍ଚଳର ସାଇଣ୍ଟୋ ଗ୍ରାମରେ ଥିବା ମା କୁତାମଚଣ୍ଡୀ ମନ୍ଦିରରୁ ମୂର୍ତ୍ତି ଓ ଅଳଙ୍କାର ଏବଂ ଅନ୍ୟାନ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ନେଇ ଉଭୟ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଗତକାଲି ବାଲିପାଟଣା ଥାନା ଅଞ୍ଚଳ ଦୁଲାଦେଇ ଓ ବେଲେଶ୍ବର ଦୁଇଟି ମନ୍ଦିରରୁ ଚୋରି ସମୟରେ ଗ୍ରାମବାସୀ ଅନ୍ନଦା ପ୍ରସନ ଜେନାକୁ ଧରିବାରେ ସଫଳ ହୋଇ ପୋଲିସର ଜିମା ଦେଇଥିଲେ ।
ଅନ୍ୟପଟେ ନାଉଗାଁ ଓ ଜଗତସିଂହପୁର ଥାନା ଅଞ୍ଚଳରୁ ମନ୍ଦିରରୁ ଚୋରି ଘଟଣାରେ ସେହି ଅଭିଯୁକ୍ତର ସୂଚନା ପାଇବା ପରେ ଉଭୟ ଥାନାର ପୋଲିସ ଅଭିଯୁକ୍ତର ଗାଁ ଚଢେଇଗାଁର ନିର୍ମଳା ଆଚାର୍ଯ୍ୟଙ୍କ ଘରେ ପହଂଚି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ କୁ ଘର ପଛ ପଟୁ ମାଟି ତଳୁ ଖୋଳି ଜବତ କରିବା ସହିତ ନିର୍ମଳା ଆର୍ଚଯ୍ୟ ଓ ତାଙ୍କ ବଡ଼ପୁଅ କୁ ହେପାଜତ କୁ ନେଇ ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛି ପୋଲିସ l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣା । ଶୃଙ୍ଖଳା କମିଟିର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସଂପୃକ୍ତ ୪ ଜଣ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ଅନ୍ୟ ୧୩ ଜଣଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି । ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂକରିଥିବା ନେଇ ୟୁଜିସିର ଆଣ୍ଟି ରାଗିଂ ସେଲ୍ରେ ଅଭିଯୋଗ ହୋଇଥିଲା । ୟୁଜିସି ପକ୍ଷରୁ ୨୨ ତାରିଖ ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା ।
୨୩ ତାରିଖ ଦିନ କୁଳପତି ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଦେଶ କ୍ରମେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଶୃଙ୍ଖଳା କମିଟି ଏବଂ ଆଣ୍ଟି ରାଗିଂ କମିଟିର ଦାୟିତ୍ୱରେ ଥିବା ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା । ଘଟଣାର ତଦନ୍ତ କରିବା ପାଇଁ ଆଣ୍ଟିରାଗିଂ କମିଟିର ୧୨ ଜଣିଆ ଦଳ ଏବଂ ସିକ୍ୟୁରିଟି ଅଫିସର ତଥା ଡିଏସ୍ପି ଦୀପ୍ତିକାନ୍ତ ପ୍ରଧାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ତଦନ୍ତକାରୀ ଦଳ ସିସି କ୍ୟାମେରା ଫୁଟେଜ୍କୁ ଆଧାର କରି ରାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲେ । ଘଟଣାରେ ତଦନ୍ତ ରିପୋର୍ଟ ଗତକାଲି କୁଳପତିଙ୍କୁ ପ୍ରଦାନ କରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: