ଏଥିପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତିନିଜଣିଆ ବେଂଚ ଗଠନ କରାଯାଇଛି । ଯଦି ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟକୁ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ମାନ୍ୟତା ମିଳିବ ତେବେ ସଂଖ୍ୟାଲଘୁ ମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ମିଳିବ ।
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟର ସଂଖ୍ୟାଲଘୁ ମାନ୍ୟତାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ୧୯୬୭ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଏଥିସହ ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟକୁ ସଂଖ୍ୟାଲଘୁ ମାନ୍ୟତା ଦିଆଯିବ କି ନାହିଁ ସେ ସମ୍ପର୍କରେ ଆଉ ଏକ ଖଣ୍ଡପୀଠ ଦ୍ବାରା ଶୁଣାଣି ହେବ ।
ଏଥିପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତିନିଜଣିଆ ବେଂଚ ଗଠନ କରାଯାଇଛି । ଯଦି ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟକୁ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ମାନ୍ୟତା ମିଳିବ ତେବେ ସଂଖ୍ୟାଲଘୁ ମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ମିଳିବ ।
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ : ଝାଡ଼ଖଣ୍ଡରେ କମ୍ପୁଛି ପ୍ରଚାର ମଇଦାନ । ଜନତାଙ୍କ ମନ ଜିଣିବାକୁ ଉଭୟ ଏନଡିଏ ଓ ଇଣ୍ଡିମେଣ୍ଟର ତୁଙ୍ଗ ନେତା ଜାରି ରଖିଛନ୍ତି ଘମାଘୋଟ ପ୍ରଚାର । ଝାଡ଼ଖଣ୍ଡରେ ବଢୁଛି ଅନୁପ୍ରବେଶକାରୀ ଉପଦ୍ରବ । ଜେଏମଏମ ଶାସନରେ ଅବହେଳିତ ମୂଳନିବାସୀ ଆଦିବାସୀ ସଂପ୍ରଦାୟ। ରାଜ୍ୟର ରୋଟି, ବେଟି ଓ ମାଟିକୁ ରକ୍ଷା କରିବାକୁ ଚାଇଁବାସା ଜନ ସମ୍ବାଦ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାକୃତିକ ସମ୍ପଦରେ ଭରପୁର ଝାଡ଼ଖଣ୍ଡରେ ଆଜି ସୁରକ୍ଷା ସବୁଠାରୁ ବଡ଼ ପ୍ରସଙ୍ଗ । ଆଦିବାସୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ସରଳତାର ସୁଯୋଗ ନେଇ ଜେଏମଏମ ସରକାର ଲୁଣ୍ଠନ କରୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ଚାଇଁବସାର ମୂଳ ଅଧିବାସୀ, ମହିଳା ଓ ଯୁବକଙ୍କ ସମସ୍ୟା ସମାଧାନ କରିବାକୁ ଏନଡିଏ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର ମଇଦାନରେ ଓଡ଼ିଆ ନେତାଙ୍କ ରଣ ହୁଙ୍କାର । ଝାଡ଼ଖଣ୍ଡ ନିର୍ବାଚନରେ ଏଥର ନିର୍ଣ୍ଣାୟକ ଭୂମିକାରେ କୋହ୍ଲାନ ପ୍ରଖଣ୍ଡର ୧୪ ଟି ବିଧାନସଭା କ୍ଷେତ୍ରର ଓଡ଼ିଆ ଭୋଟର । ପୂର୍ବ, ପଶ୍ଚିମ ସିଂହଭୂମ ଏବଂ ଷଢେଇକଳା ଖରସୁଆଁ ଜିଲ୍ଲାରେ ଅଛନ୍ତି ୨୦ ଲକ୍ଷରୁ ଅଧିକ ଓଡ଼ିଆ ଭୋଟର । ହେମନ୍ତ ସୋରେନ ସରକାର ଓଡ଼ିଆ ବହୁଳ ଅଞ୍ଚଳର ବିକାଶରେ ହୋଇଛନ୍ତି ବିଫଳ । ଅବହେଳିତ ଓଡ଼ିଆଙ୍କୁ ନ୍ୟାୟ ଦେବା ସହ ଅଞ୍ଚଳର ବିକାଶ ପ୍ରତିଶ୍ରୁତି ଦେଇଛନ୍ତି ବିଜେପିର ଓଡ଼ିଆ ନେତା । ବହଡାଗୋଡା ବିଧାନସଭା କ୍ଷେତ୍ରର ଚାକୁଳିଆରେ ମହିଳା ସମାବେଶରେ ସାମିଲ ହୋଇ ଝାଡ଼ଖଣ୍ଡ ସରକାରଙ୍କ ଆଦିବାସୀ ଓ ମହିଳା ଶୋଷଣ ନୀତିର ପର୍ଦ୍ଦାଫାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ।
ଅଧିକ ପଢନ୍ତୁ : କଂଗ୍ରେସର ଆଦିବାସୀ ବିରୋଧୀ ନୀତିକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସମାଲୋଚନା
ଆସନ୍ତା ୧୩ ତାରିଖରେ ୪୩ଟି ବିଧାନସଭା କ୍ଷେତ୍ରରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ। ସେଥିମଧ୍ୟରେ ରହିଛି କୋହ୍ଲାନ ପ୍ରଖଣ୍ଡର ୧୪ ଟି ଓଡ଼ିଆ ବହୁଳ ବିଧାନସଭା କ୍ଷେତ୍ର। ବିଜେପି ସଂକଳ୍ପ ପତ୍ରରେ ରାଜ୍ୟବାସୀଙ୍କ ପାଇଁ 25 ବଡ଼ ଘୋଷଣା ପ୍ରତିଦ୍ବନ୍ଦୀ ଇଣ୍ଡିମେଣ୍ଟର ଚିନ୍ତା ବଢ଼ାଇଛି ।
ଅର୍ଗସ ବ୍ୟୁରୋ: ତୃତୀୟ ଦିନ ପାଇଁ ଜାମ୍ମୁ କାଶ୍ମୀର ବିଧାନସଭାରେ ଜାରି ରହିଛି ତୁମୁଳ କାଣ୍ଡ। ଧାରା ୩୭୦କୁ ଫେରାଇବା ନେଇ ବିଧାନସଭାରେ ଶାସକ ମେଣ୍ଟର ପ୍ରସ୍ତାବ ପରଠୁ ଉଠୁଛି ପଡୁଛି ଜାମ୍ମୁ କାଶ୍ମୀର ବିଧାନସଭା। ବିଜେପି ସଦସ୍ୟ ଏଭଳି ପ୍ରସ୍ତାବକୁ କରୁଛନ୍ତି ଜୋରଦାର ବିରୋଧ। ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ସଦସ୍ୟ ମାନେ ପ୍ରଥମେ ବ୍ୟାନର ଦେଖାଇ ନାରାବାଜି ସହ ଶାସକ ଦଳର ପ୍ରସ୍ତାବର କରିଥିଲେ ବିରୋଧ। ନ୍ୟାସନାଲ କଂଗ୍ରେସ ଓ ପିଡିପି ସଦସ୍ୟ ବି ଦେଇଥିଲେ କାଉଣ୍ଟର ସ୍ଲୋଗାନ୍। ଧୀରେ ଧୀରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା । କଥା ହାତାହାତି ଯାଏ ଯାଇଥିଲା। ବାଚସ୍ପତିଙ୍କ ନିର୍ଦ୍ଦେଶରେ ୧୨ ବିଜେପି ସଦସ୍ୟଙ୍କୁ ଜବରଦସ୍ତି ମାର୍ଶାଲମାନେ ଗୃହରୁ ବାହରକୁ ନେଇଯାଇଥିଲେ। ଏହାପରେ ବିଜେପି ସଦସ୍ୟମାନେ ବିଧାନସଭା ବାହାରେ ଧାରଣାରେ ବସି ବାଚସ୍ପତିଙ୍କ ନିଷ୍ପତ୍ତିର ବିରୋଧ କରିଥିଲେ।
ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଫେରାଇବାକୁ ଏନସି କଂଗ୍ରେସ ମେଣ୍ଟର ଉଦ୍ୟମ ମହାରାଷ୍ଟ୍ର ନିର୍ବାଚନକୁ କରିିଛି ସରଗରମ। ବିରୋଧୀଙ୍କୁ ଘେରିବାକୁ ବିଜେପିକୁ ମିଳିଯାଇଛି ବଡ଼ ପ୍ରସଙ୍ଗ। ବ୍ୟାକଫୁଟରେ କଂଗ୍ରେସ ସମେତ ପୂରା ମହାଅଘାଡ଼ି। ମହାରାଷ୍ଟ୍ରରେ ନିଜର ପ୍ରଥମ ନିର୍ବାଚନ ପ୍ରଚାରରେ ଭାଗନେଇ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ କରିଛନ୍ତି ଜୋରଦାର ପ୍ରହାର। ମୋଦି କହିଛନ୍ତି ଭାରତରେ ପାକିସ୍ତାନର ଏଜେଣ୍ଡା ଲାଗୁହେବାକୁ ଦିଆଯିବନି। ତ ଶରଦ ପାୱାରଙ୍କ ଉଦ୍ଦେଶ୍ୟରେ ଶାହାଙ୍କ ହୁଙ୍କାର ଆପଣଙ୍କ ୪ ପୀଢ଼ି ଆସିଲେବି ଆଉ ଜାମ୍ମୁ କାଶ୍ମୀରରେ ଫେରାଇପାରିବେନି ଧାରା ୩୭୦।
ଠିକ୍ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେଳେ ଜାମ୍ମୁ କାଶ୍ମୀର ବିଧାନସଭାରେ ଧାରା ୩୭୦ ଫେରାଇବାକୁ ଶାସକ ଦଳର ପ୍ରସ୍ତାବ କଂଗ୍ରେସ ଗଳାରେ ସାଜିଛି କଣ୍ଟା। ସେଠାରେ ଏହି ପ୍ରସ୍ତାବକୁ ଯଦିଏ କଂଗ୍ରେସ ଚୁପଚାପ ସମର୍ଥନ କରୁଛି। କିନ୍ତୁ ଜାମ୍ମୁ କାଶ୍ମୀର ବାହାରେ ଧାରା ୩୭୦ ଫେରାଇଆଣିବା କଥା କହିବାକୁ କଂଗ୍ରେସର ନାହିଁ ଦମ୍। କଂଗ୍ରେସର ଏହି ଦୋହରା ଚରିତ୍ର ଏବେ ବିଜେପିକୁ ଧରାଇଦେଇଛି ବଡ଼ ପ୍ରସଙ୍ଗ। ଆଗକୁ ଏହି ପ୍ରସଙ୍ଗ ଅଧିକ ଉଗ୍ର ରୂପ ନେବା ସହ କଂଗ୍ରେସ ଓ ମହାଅଘାଡ଼ି ପାଇଁ ବନିପାରେ ସବୁଠୁ ବଡ଼ ଅଡୁଆ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...