ଅଧିକ ପଢନ୍ତୁ : ବାବା ସିଦ୍ଦିକି ହତ୍ୟା ମାମଲା: ବାପ-ପୁଅଙ୍କୁ ଏକାସାଙ୍ଗେ ହତ୍ୟା କରିବାର ଥିଲା ନିର୍ଦ୍ଦେଶ
ସେ ନିଜକୁ ନାବାଳକ କହି କୋର୍ଟକୁ ଭୁଆଁ ବୁଲାଉଥିଲା। ଧର୍ମରାଜ ସାବାଳକ ଜଣାପଡ଼ିବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । ଆସନ୍ତା ଅକ୍ଟୋବର ୨୧ ଯାଏ ତାକୁ ମଧ୍ୟ ପୁଲିସ କଷ୍ଟଡିକୁ ତାକୁ ପଠାଇ ଦିଆଯାଇଛି । ହତ୍ୟାକାଣ୍ଡ ପାଇଁ ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି ନିଜକୁ ଦାୟୀ କରିଛି ଲାରେନ୍ସ ଗ୍ୟାଙ୍ଗ୍ । ଯିଏ ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କୁ ସାହାଯ୍ୟ କରିବ, ତାକୁ ଛାଡିବୁ ନାହିଁ ବୋଲି ଗ୍ୟାଙ୍ଗ୍ ଧମକ ଦେଇଛି । ଯାହାପାଇଁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ସୁରକ୍ଷା ବଢାଇ ଦିଆଯାଇଛି । ଚଳିତ ବର୍ଷ ଏପ୍ରିଲ୍ ମାସରେ ଏହି ଲାରେନ୍ସ୍ ଗ୍ୟାଙ୍ଗ ସଲମାନଙ୍କ ଘର ଉପରକୁ ଫାୟାରିଂ କରିଥିଲା ।