ସୋମବାର ସକାଳେ ହାର୍ଟରେ ବ୍ଳକେଜ ଚିହ୍ନଟ ହେବା ପରେ ତାଙ୍କର ସର୍ଜରୀ କରାଯାଇଛି। ବର୍ତ୍ତମାନ ତାଙ୍କର ଚେକ୍ ଅପ୍ ଚାଲିଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଏବେ ଆଞ୍ଜିଓଗ୍ରାଫି ସର୍ଜରୀ ହୋଇଥିବା ସୂଚନା ମିଳିଛି।
ସୋମବାର ସକାଳେ ହାର୍ଟରେ ବ୍ଳକେଜ ଚିହ୍ନଟ ହେବା ପରେ ତାଙ୍କର ସର୍ଜରୀ କରାଯାଇଛି। ବର୍ତ୍ତମାନ ତାଙ୍କର ଚେକ୍ ଅପ୍ ଚାଲିଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏ କାର୍ଯ୍ୟକ୍ରମରେ ୩ ହଜାରରୁ ଉର୍ଦ୍ଦ ଲୋକ ଅଂଶଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇ ଏହାକୁ ଯଶ୍ବସୀ କରିବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଏ ଜିଲ୍ଲାକୁ ଏକ ନମ୍ବର କରିବା ସେଥିପାଇ ଆପଣ ମାନଙ୍କ ସହଯୋଗ ମଧ୍ୟ ଦରକାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ପୂର୍ବ ସରକାର ଜଣେ ଅଧିକାରୀ ଆସି ଦରଖାସ୍ତ ନେଉଥିଲେ ଆଉ ସମାଧାନ ହୋଇ ଯିବ କହୁଥିଲେ । ହେଲେ ସମାଧାନ ହୋଇଛି କି ବୋଲି ପଚାରିଥିଲେ CM । ସେତେବେଳେ ଜଣେ ସଚିବ ଆସି ମଞ୍ଚ ରେ ଭାଷଣ ଦେଉଥିଲେ, ନେତା ମନ୍ତ୍ରୀ ତଳେ ଠିଆ ହେଉଥିଲେ । ହେଲେ ଆଜି ଏହି ମଞ୍ଚରେ ସରପଞ୍ଚ ଓ ମେମ୍ବର ବସିଛନ୍ତି ତାଙ୍କର ବସିବାର ଅଧିକାର ଅଛି । ପୂର୍ବ ସରକାର ଲୋକଙ୍କ ପାଖକୁ ଗଲେ ନାହି ଅଫିସରଙ୍କୁ ପଠାଇଲେ ଗଣତନ୍ତ୍ର ବଦଳରେ ଅମଲାତନ୍ତ୍ର ଚାଲିଲା ତେଣୁ ଲୋକେ ସରକାର ପରିବର୍ତ୍ତନ କଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍ବ କାହା ହାତରେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଲେଲିନ କହିଛନ୍ତି, ଅମର ଶତପଥୀଙ୍କୁ ଯଦି ଦଳରେ ଅଣନିଶ୍ଵାସୀ ଲାଗୁଛି ତାହାଲେ ସେ ଦଳ ଛାଡ଼ି ପଳାନ୍ତୁ । ନିଜ ପୁତୁରାକୁ ତ ବିଜେପି ଦଳକୁ ଛାଡିଛନ୍ତି । ଏବେ ସେହି ପଦାଙ୍କ ଅନୁସରଣ କରି ଯାଆନ୍ତୁ ।
ଯେଉଁ ମାନେ ନିନ୍ଦୁକ ଅଛନ୍ତି ସେମାନେ ଦଳ ଛାଡି ଚାଲିଗଲେ ବିଜେଡ଼ିର ଟଙ୍କାକର ବି କ୍ଷତି ହେବନି ବୋଲି ଲେଲିନ ମହାନ୍ତି କହିଛନ୍ତି । ହେଲେ ଏଠି ପ୍ରଶ୍ନ ଯେ, ମୁଖପାତ୍ର ଲେଲିନ ମହାନ୍ତି ବରିଷ୍ଠ ନେତା ଅମର ଶତପଥୀଙ୍କୁ କହିଥିବା ଶବ୍ଦ ଗୁଡ଼ିକ ତାଙ୍କର ନା ପାଣ୍ଡିଆନଙ୍କର ? ଏବେ ବି ବିଜେଡ଼ିକୁ ପ୍ରଚ୍ଛଦପଟ୍ଟରେ ରହି ଚଳାଉଛନ୍ତି କି ତାମିଲ ବାବୁ ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଲେଲିନ ମହାନ୍ତି ଦଳର ଜଣେ ଯୁବ ମୁଖପାତ୍ର । ହେଲେ ଅମର ଶତପଥୀ ପୂର୍ବତନ ମନ୍ତ୍ରୀ ତଥା ଛଅ ଛଅ ଥରର ବିଧାୟକ ।
ସେପଟେ ଲେଲିନଙ୍କ ବୟାନ ପରେ ବିଜେଡ଼ିର ପୋଲ ଖୋଲିଛନ୍ତି ବରିଷ୍ଠ ନେତା ଅମର ଶତପଥୀ । କହିଛନ୍ତି, ଯେଉଁ ନବୀନଙ୍କ ନେତୃତ୍ୱରେ ବିଜେଡ଼ି ଗଠନ ହୋଇଥିଲା ସେ ଦଳରେ ଆଉ ନବୀନଙ୍କ କଥାରେ କିଛି ହେଉନି । ଯାହାକୁ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି । ଲେଲିନ ମୋତେ ପରାମର୍ଶ ନଦିଅନ୍ତୁ । ଲେଲିନଙ୍କ ଅପରିପକ୍ବତା ଉପରେ ମୋତେ ଦୟା ଆସୁଛି ବୋଲି କହିଛନ୍ତି ଅମର । ଏହାସହ ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ । ସଦସ୍ୟତା ନବୀକରଣ କରିନାହିଁ ବୋଲି କହିଛନ୍ତି ଅମର ଶତପଥୀ । ତେବେ ବିଜେଡ଼ିରେ ବଢୁଥିବା ବୟାନବାଜି ଓ ଅନ୍ତଃକନ୍ଦଳ ଉପରେ ମତ ରଖିଛନ୍ତି ରାଜନୈତିକ ବିଶେଷଜ୍ଞ ।
ଅନ୍ୟପଟେ କାରଣ ଦର୍ଶାଅ ନୋଟିସକୁ ନେଇ ବିଜେଡି କର୍ପୋରେଟର ଅମରେଶ ଜେନା ଦେଇଛନ୍ତି ବଡ଼ ବୟାନ । ନାଁ ନନେଇ ଭୁବନେଶ୍ଵରର ଦୁଇ ବରିଷ୍ଠ ବିଜେଡ଼ି ନେତାଙ୍କୁ ଟାର୍ଗେଟ କରିଛନ୍ତି ଅମରେଶ । କହିଛନ୍ତି, ବିଜେଡିରେ ଦୁଇ ଜଣ ଆକ୍କା ବସିଛନ୍ତି । ରିମୋଟ ଧରି ବିଭିନ୍ନ ପଦରେ ଥିବା ଲୋକଙ୍କୁ ଧମକ ଦେଉଛନ୍ତି । 24 ନିର୍ବାଚନରେ ଟିକେଟ ପାଇଁ ଆମେ ଆଶାୟୀ ଥିଲୁ ବୋଲି ଆମ ଉପରେ ଅତ୍ୟାଚାର କରାଯାଉଛି ।
ଆହୁରି ପଢନ୍ତୁ ରାଜନୀତି ଖବର...