ଅର୍ଗସ ବ୍ୟୁରୋ:ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାସନ କାର୍ଡ ହିତାଧିକାରୀମାନଙ୍କୁ ୩ମାସର ଆଗୁଆ ୧୫କିଲୋ ଚାଉଳ ମିଳିବ ଏନେଇ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । E-kyc ବ୍ୟବସ୍ଥାକୁ ତ୍ବରାନିତ କରିବାକୁ କୁହାଯାଇଛି। ଏହା ବ୍ୟତୀତ ଇ-ଶ୍ରମିକ ପଞ୍ଜିକରଣରେ ବାଦ୍ ପଡ଼ିଥିବା ଆଉ ୧.୩୧ଲକ୍ଷ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟ ଖାଦ୍ୟ ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଅର୍ଗସ ବ୍ୟୁରୋ : ଆଠମଲ୍ଲିକ ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ I କଲେଜ ଅଧ୍ୟାପକଙ୍କ କାରନାମାର ଭିଡ଼ିଓ ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀ କଲେଜରେ ତାଲା ପକାଇଛନ୍ତି। ଅନଗୁଳ ଆଠମଲ୍ଲିକ କଲେଜରେ ଅଧ୍ୟାପକଙ୍କୁ ଅଡ଼ୁଆ କରୁଛି ସିସିଟିଭି । ଅର୍ଥନୀତି ବିଭାଗର ଅଧ୍ୟାପକ ଥିବା ସଚ୍ଚିଦାନନ୍ଦ ସାହୁ ସିସିଟିଭିକୁ ମୋଡ଼ି ଉପରମୁହାଁ କରୁଥିବା CCTV ରେ ରେକର୍ଡ ହୋଇଛି। ସିସିଟିଭି ମୋଡ଼ିବା ପରର ଦୃଶ୍ୟ ଅନ୍ୟ କ୍ୟାମେରାରେ କଏଦ ହୋଇଛି । ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଭୁବନେଶ୍ଵର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କଲେଜରେ ପହଁଞ୍ଚିବା ପରେ ଘଟଣା ପଦାକୁ ଆସିଛି।
ଅଧିକ ପଢନ୍ତୁ ଓଡିଶା ଖବର
ତଦନ୍ତ ରିପୋର୍ଟ ଆସି ନଥିବା ବେଳେ CCTV ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି ଏହା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ ସମେତ ବହୁ ଅଧିକାରୀ ଅବଗତ ଥିଲେ। ପ୍ରଥମେ ଅଧ୍ୟାପକଙ୍କ କାର୍ଯ୍ୟକଳାପ ସନ୍ଦେହ ହେବାରୁ କଲେଜ କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରିଥିଲେ । ଅଧ୍ୟକ୍ଷଙ୍କ ଉପସ୍ଥିତିରେ ପ୍ରାୟ ୭ରୁ ୮ଜଣ ଅଧିକାରୀ ଏହାର ଭିଡ଼ିଓ ଦେଖିଥିଲେ । ହେଲେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନଥିବା ଘଟଣାକୁ ଆହୁରି ସଙ୍ଗୀନ କରିଛି । ପ୍ରଶ୍ନ ଉଠୁଛି ଅର୍ଥନୀତି ଅଧ୍ୟାପକଙ୍କୁ କାହିଁକି ଘୋଡାଉଛନ୍ତି କଲେଜ କର୍ତୃପକ୍ଷ ? ଏପଟେ ଏହି ଘଟଣାକୁ ବିରୋଧ କରି କଲେଜରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ।
ଅର୍ଗସ ବ୍ୟୁରୋ : ନ୍ୟୁୟର୍କକୁ ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ପୁରୀ ସାଂସଦ ଡ. ସମ୍ବିତ ପାତ୍ର ନ୍ୟୁୟର୍କର ଜାତିସଂଘ ମହାସଭାରେ ଭାରତର ପ୍ରତିନିଧିତ୍ୱ କରି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଛନ୍ତି। ମାନବାଧିକାର ପରିଷଦର ହାଇକମିଶନରଙ୍କ ରିପୋର୍ଟ ଉପରେ 'ଜାତୀୟ ବକ୍ତବ୍ୟ' ପ୍ରସଙ୍ଗରେ ଡ. ପାତ୍ର ଭାରତର ସ୍ଥିତି ସ୍ପଷ୍ଟ କରିଛନ୍ତି। ସେ ତାଙ୍କ ଭାଷଣରେ ଭାରତର ବିକାଶମୂଳକ ଯାତ୍ରା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମାନବାଧିକାର ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛନ୍ତି।
ଅଧିକ ପଢନ୍ତୁ : ନ୍ୟୁୟର୍କରେ ସମ୍ବିତ ପାତ୍ର, ପୁରୀ ପଟ୍ଟଚିତ୍ରକୁ ଦେଖି କଲେ ପ୍ରଶଂସା
ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ପ୍ରତିନିଧି ଭାବରେ ଡ. ପାତ୍ର ଭାରତର ସାଂସ୍କୃତିକ ବୈଚିତ୍ର୍ୟ, ସାମାଜିକ ସମାବେଶୀକରଣ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଛନ୍ତି। ଏହି ଐତିହାସିକ ଅବସରରେ ଡ. ପାତ୍ର ପ୍ରଥମ ଥର ପାଇଁ ଜାତିସଂଘରେ ଓଡ଼ିଆ ଭାଷାର ବ୍ୟବହାର କରି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ଐତିହ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଛନ୍ତି। ଭାରତର ବିଦେଶ ନୀତି ଏବଂ ଆନ୍ତର୍ଜାତୀୟ ସମ୍ପର୍କରେ ଏହି ଐତିହାସିକ ଭାଷଣ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।